ଶାଳଣିଆଁ ନୋଡାଲ ଉପ୍ରା ବିଦ୍ୟାଳୟରେ ଶିଶୁ ଉତ୍ସବ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକର ଶାଳଣିଆଁ ନୋଡାଲ ଉପ୍ରା ବିଦ୍ୟାଳୟ ଠାରେ ଆଶପେୟାର ପକ୍ଷରୁ ଶିଶୁ ଉତ୍ସବ ୨୦୨୦ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଞ୍ଜନ।।ରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, ସମ୍ମନୀତ ଅତିଥି ଭାବେ ଶାଳଣିଆଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାୟକ, ସ୍କୁଲ ପରିଚାଳନା କମିଟି ସଭାପତି ପଦ୍ମାବତୀ ସାହୁ, ଉପାଧ୍ୟକ୍ଷ କୈଳାଶ କୁଅଁର, ଶିକ୍ଷୟତ୍ରୀ ଅଞ୍ଜନାରାଣୀ ବେହେରା, ସୀତାଲତା ପାତ୍ର, ଲିପିକା ନାୟକ, ପ୍ରତିଭା ନାୟକ, ପ୍ରିତୀଲତା ସେଠୀ, ସୁଦିପ୍ତୀ ଜେନା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକାୟିତ ପ୍ରତିଭାକୁ ଅନ୍ୱେଷଣ କରିବାରେ ଏହା ସହାୟକ ହେବବୋଲି କହିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ରଙ୍ଗୋଲୀ, ରଶିଟଣା, ମିୟୁଜିକ ଚେୟାର, ହାଣ୍ଡିପିଟା, କାଦୁଅ ଶିଳ୍ପ, ନାଚଗୀତ, ଭାଷଣ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଶେଷରେ କୃତ୍ତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ସହ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା । ଶାଳଣିଆଁ ଜିପିସିଏମ ବିପିନି ବିହାରୀ କୁଅଁର, ଲିପିନ ରାଉତ, ଦେବପ୍ରକାଶ ରାଉତ, ମାମିନା ସାହୁ, ସସ୍ନିଗ୍ଧା ମହାନ୍ତି, ମଧୁସ୍କିତା ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


