ଜନସେବା ଦିବସରେ ସୋସୋ ପଞ୍ଚାୟତରେ ଭତ୍ତା ବଣ୍ଟନ ହେଲାନି
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ଆଜି ଜନସେବା ଦିବସରେ ହାଟଡିହି ବ୍ଲକର ସମସ୍ତ ପଞ୍ଚାୟତରେ ଭତ୍ତା ବଣ୍ଟନ ହୋଇଥିବାବେଳେ ସୋସୋ ପଞ୍ଚାୟତର ହିତାଧିକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟରେ ବସି ବସି ନିରାଶରେ ଘରକୁ ଫେରିଥିବା ଜଣାଯାଇଛି । ଏହି ପଞ୍ଚାୟତର ସରପଞ୍ଚନଥିବାବେଳେ ସରପଞ୍ଚ ଓ ପିଇଓଙ୍କ ଜଏଣ୍ଟ ଏକାଉଣ୍ଟକୁ ବନ୍ଦ କରାଯାଇଛି । ବ୍ଲକ ପକ୍ଷରୁ ଆଜି ଜିଆରଏସଙ୍କ ଏକାଉଣ୍ଟକୁ ଭତ୍ତାଟଙ୍କା ପଠାଇ ଦେଇଥିଲେବି ତାଙ୍କ ଏକାଉଣ୍ଟରୁ ଟଙ୍କା ଉଠାଣ ହୋଇପାରି ନଥିଲା । ଫଳରେ ହିତାଧିକାରୀ ମାନେ ଆଜି ସକାଳୁ ଆସି ବସି ବସି ନିରାଶରେ ଘରକୁ ଫେରି ଯାଇଥିଲେ ।


