ଶିକ୍ଷକଙ୍କ ଆକସ୍ମିକ ମୃତ୍ୟୁ : ଭୀଷ୍ମଗିରି ଅଞ୍ଚଳରେ ଶୋକର ଛାୟା   

ଦିଗପହଣ୍ଡି, (ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ  ଭୀଷ୍ମଗିରି ଗ୍ରାମ ହରିଜନ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଅକ୍ଷୟ ପାଢ଼ୀଙ୍କ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପ୍ରଚାରିତ ହେବାପରେ ସମଗ୍ର ଭୀଷ୍ମ ଗିରି ଅଞ୍ଚଳରେ ଶୋ କର ଛାୟା ଖେଳିଯାଇଛି।  ଭୀଷ୍ମଗିରି ପଞ୍ଚାୟତ ୨ ୟ ରାଧାଦେଇପୁର ନିବାସୀ ଶିକ୍ଷକ ଜଣକ ଦୀର୍ଘ  ୩୦ ବର୍ଷ ହେଲା ନିରନ୍ତର ଭାବେ ଛାତ୍ରୀ ଛାତ୍ରଙ୍କୁ ଶିକ୍ଷାଦାନ କରିଆସୁଥିଲେ।ଜଣେ  ସମୟାନୁବର୍ତ୍ତି ଓ ନିଷ୍ଠାପର ଶିକ୍ଷକ ଭାବେ ସେ ସର୍ବତ୍ର ପରିଚିତ ଥିଲେ। ତାଙ୍କ ପାରଦର୍ଶିତା ଯୋଗୁଁ ସେ ଅନେକ ସମ୍ମାନର ଅଧିକାରୀ  ହୋଇଥିଲେ ।ଶୁକ୍ରବାର  ସେ ଆକସ୍ମିକ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିଲେ। ତାଙ୍କର ବହୁସଂଖ୍ୟକ ଛାତ୍ର, ଦିଗପହଣ୍ଡି ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସନାତନ ପଟ୍ଟନାୟକ  , ରାଜେନ୍ଦ୍ର ଗୌଡ, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ପାଠୀ, ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକ, ଭୀଷ୍ମଗିରି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କୋରା ସେଠୀ , ଗଣେଶ ପାଢ଼ୀ, ଶିବଶଙ୍କର ମିଶ୍ର , ସନ୍ତୋଷ ଗୌଡ଼ , ଲକ୍ଷ୍ମଣ ସାହୁ , ପଦ୍ମନାଭ ପଟ୍ଟନାୟକ , ନରସିଂହ ପଣ୍ଡା , ଚନ୍ଦ୍ରଶେଖର ବିଷୋୟୀ  , ସୁଧାଂଶୁ ଶେଖର ପଣ୍ଡା , କେଶବ ଗୌଡ଼ ଙ୍କ ସମେତ ବହୁ ସଂଖ୍ୟକ ଗଣ୍ୟମାନ୍ୟ ବ୍ୟକ୍ତି,ସହକାରୀ ଶିକ୍ଷକ ବୃନ୍ଦ ତାଙ୍କ ବାସଭବନରେ ପହଞ୍ଚି ଶୋକାକୁଳ ପରିବାରକୁ ସମବେଦନା ଜଣାଇବା ସହ  ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ଅବସରରେ ‌ସ୍ୱର୍ଗତ ଶିକ୍ଷକଙ୍କ ଅନ୍ତିମ ସଂସ୍କାର ସକାଶେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୫ ହଜାର ଏବଂ ଦିଗପହଣ୍ଡି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨ ହଜାର ଟଙ୍କାର ତତ୍କାଳ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ବିଳମ୍ବିତ ସନ୍ଧ୍ୟାରେ ଶୋ କାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇ ସଂସ୍କାର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ