ଶ୍ରମିକ ନେତା ଯୋଗେନ ଦାସଙ୍କ ଶ୍ରାଦ୍ଧବାର୍ଷିକ ସ୍ମୃତିସଭା

ବାଲେଶ୍ୱର, (ସରୋଜ ପଣ୍ଡା) :ବିଶିଷ୍ଟ ଶ୍ରମିକନେତା ସ୍ୱର୍ଗତ ଯୋଗେନ୍ଦ୍ର ପ୍ରସାଦ ଦାସଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଷ୍ଟେସନ କ୍ଲବ ସଭାଗୃହରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ‘ଯୋଗେନ ଦାସ ସ୍ମୃତି କମିଟି’ର ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ଶମ୍ଭୁନାଥ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମୃତି ସ୍ମରଣିକା ଲୋକାର୍ପଣ କରାଯାଇଥିଲା । ସ୍ମରଣିକାର ସଂକଳକ ଡଃ. ଅଭୟ କୁମାର ଦାସ ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ଦାସଙ୍କ ବହୁବିଧ ପ୍ରତିଭା ଓ ସଂଗ୍ରାମୀ ଜୀବନ ଆଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସ୍ମୃତିକମିଟିର ସଦସ୍ୟ ଗୌରାଙ୍ଗ ପାଣିଗ୍ରାହୀ ଓ ଆଇନଜୀବୀ ପଞ୍ଚାନନ ପରିଡ଼ା, ଶ୍ରମିକନେତା ଜୟନ୍ତ ଦାସ, ନାରୀନେତ୍ରୀ ଶ୍ରଦ୍ଧାଞ୍ଜଳି ରାୟ, କାହ୍ନୁଚରଣ ଦାସ, ଆଇନଜୀବୀ ବିଜୟ ପାଣିଗ୍ରାହୀ, ଏଆଇଟିୟୁସି ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା, କୃଷକ ନେତା ଅରୁଣ ଜେନା, ସଚିନ୍ଦ୍ର ଦାସ, ଡା. ଶାନ୍ତନୁ ଦାସ, ବନ୍ଦନା ପାତ୍ର, ଡା. ବିଭୂତି ଭୂଷଣ ମହାପାତ୍ର ଓ କୈଳାସ ଚନ୍ଦ୍ର ନାୟକ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ପ୍ରତି ଶ୍ରଦ୍ଧା ନିବେଦନ ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ସ୍ୱର୍ଗତ ଦାସଙ୍କ ପତ୍ନୀ ମିନତୀ ଦାସ ଏଥିରେ ମଞ୍ଚାସୀନ ଥିଲେ । ତାପସ ସାହୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ସ୍ମୃତିକମିଟି ପକ୍ଷରୁ ଆଇନଜୀବୀ ନିରଞ୍ଜନ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସ୍ମୃତିସଭାରେ ସ୍ୱର୍ଗତ ଦାସଙ୍କ ପରିବାର ସଦସ୍ୟଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ