ସିଆରିମାଳରେ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଗାଙ୍ଗପୁର ପୋଲିସ୍

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ପଞ୍ଚାୟତର ସିଆରିମାଳ ଗ୍ରାମରେ ଗତ ଶନିବାର ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭରତ ତାରିଣୀକୁ ଗିରଫ କରିଛି ଗାଙ୍ଗପୁର ପୋଲିସ୍ I ସୂଚନା ଥାଉକି ଗତ ରବିବାର ସନ୍ଧ୍ୟାରେ ସିଆରିମାଳ ଗ୍ରାମର ନଗରୀ ସ୍ୱାଇଁ (୪୫) ତାଙ୍କ ସ୍ୱାମୀ ଦିଲ୍ଲୀପ ସ୍ଵାଇଁଙ୍କୁ ସେହି ଗ୍ରାମର ଭରତ ତାରିଣୀ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଥିଲେ I ନଗରୀଙ୍କ ଅଭିଯୋଗ ପ୍ରକାରେ ଦିଲ୍ଲୀପ ମାଛ ଧରିବା ପାଇଁ
ନିଜ ଜମିରେ ଏକ ବେନ୍ଦା ପକାଇଥିଲେ I ଶନିବାର ସନ୍ଧ୍ୟାରେ ତାଙ୍କ ବେନ୍ଦାରୁ ମାଛ ଚୋରି କରୁ୍ଥିବା ନେଇ ଭରତ ସହିତ ତାଙ୍କର ବଚସା ହୋଇଥିଲା ଏବଂ ଭରତ ତାଙ୍କୁ ମାରି ଦେବା ପାଇଁ ଧମକ ଦେଇଥିଲେ I ଦିଲ୍ଲୀପ୍ ଘରକୁ ଫେରି ଆସି ରାତ୍ରି ଭୋଜନ ପରେ ପୁଣି ଜମିକୁ ଯାଇ ଆଉ ଘରକୁ ଫେରି ନଥିଲେ I ରବିବାର ସକାଳୁ ନଗରୀ ଦିଲ୍ଲୀପଙ୍କୁ ଖୋଜାଖୋଜି କରି ପାଇନଥିବା ବେଳେ ଅପରାହ୍ଣ ଚାରି ଘଣ୍ଟା ସମୟରେ ଏକ ଧାନ ବିଲରେ ଦିଲ୍ଲୀପଙ୍କ ମୃତ ଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ I ଏନେଇ ନଗରୀ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ I ଭରତ ଦିଲ୍ଲୀପଙ୍କୁ ହତ୍ୟା ପାଇଁ ଧମକ ଦେଇଥିବାରୁ ଭରତ ହିଁ ଦିଲୀପଙ୍କୁ କାତିରେ ହାଣି ହତ୍ୟା କରିଥିବା ନଗରୀ ଅଭିଯୋଗ କରିଥିଲେ I ନଗରୀଙ୍କ ଅଭିଯୋଗ ପରେ ପୋଲିସ୍ କେଶ୍ ନମ୍ବର୍ ୩୪୮/୨୨,ୟୁ/ଏସ୍ -୩୦୨/୨୦୧ ଆଇପିସିରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା I ଆଜି ସନ୍ଧ୍ୟା ୫. ଘଣ୍ଟା ୩୦ ମିନିଟ୍ ସମୟରେ ଗାଙ୍ଗପୁର ପୋଲିସ୍ ଭରତର ଘରେ ଚଢ଼ାଉ କରି ଭରତକୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କାତି ଟିକୁ ମଧ୍ୟ ଜବତ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ