ହୁଇଲ ଚେୟାର ଫ୍ୟାନସିଂ ବିଶ୍ୱକପ ଦଳରେ ସ୍ଥାନ ପାଇଲେ ରାଖାଲ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ଗ୍ରାମର ଭିନ୍ନକ୍ଷମ ହୁଇଲ ଚେୟାର ଫେନ୍ସି ଖେଳାଳି ରାଖାଲ କୁମାର ସେଠୀ ସଫଳତାର ଆଉ ଏକ ସିଢି ଚଢ଼ିଛନ୍ତି। ପୂର୍ବରୁ ରାଖାଲ ଜାତୀୟ ଚମ୍ପିୟାନସିପରେ ବ୍ୟକ୍ତିଗତ ଓ ଦଳଗତ ଭାବେ ୬ଗୋଟି ପଦକର ଭାଗିଦାରୀ ଥିଲେ। ଏହାଛଡା ଆହୁରି ମଧ୍ୟ ଅନେକ ପଦକର ଅଧିକାରୀ ହୋଇଛନ୍ତି। ଆର୍ଥିକ ଅଭାବ ସତ୍ତ୍ୱେ ଜଣେ ଭିନ୍ନକ୍ଷମ ଖେଳାଳି ଭାବେ ନିଜ ପ୍ରତିଭାକୁ ପ୍ରତିପାଦିତ କରିବା ସହ ଭଦ୍ରକ ଜିଲ୍ଲା କାହିଁକି ସାରା ଓଡିଶା ପାଇଁ ସେ ଗୌରବ ଆଣିଛନ୍ତି। ଏବେ ସଫଳତାର ଆଉ ଏକ ପାଦ ଆଗକୁ ଯାଇ ରାଖାଲ ହରିୟାଣାର ଫ୍ୟାନସିଂ ଶିବିରରେ ଯୋଗ ଦେଇଛନ୍ତି। ଥାଇଲାଣ୍ଡରେ ଆସନ୍ତା ୧୯ରୁ୨୨ତାରିଖ ଯାଏଁ ହୁଇଲ ଚେୟାର ଫ୍ୟାନସିଂ ବିଶ୍ୱକପ ଅନୁଷ୍ଠିତ ହେଉଥିବା ବେଳେ ଏହା ପୂର୍ବରୁ ପ୍ରସ୍ତୁତି ପାଇଁ ସେ ହରିୟାଣା ଶିବିରରେ ଯୋଗଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏନେଇ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଟୁଇଟ ଜରିଆରେ ଜଣାଇଥିଲେ ସୁଦ୍ଧା ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ନହେବା ଜଣେ ଜାତୀୟ ସ୍ତର ଖେଳାଳିଙ୍କୁ ଉପେକ୍ଷା କରାଯାଉଥିବା ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ