ସମାଜସେବୀଙ୍କ ସ୍ମୃତିଚାରଣ ସଭା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ କରଞ୍ଜି ଗୁଣୁପୁର ଠାରେ ସମାଜସେବୀ ସ୍ବର୍ଗତ ଅନନ୍ତ ଚରଣ ଓଝାଙ୍କ ଏକାଦଶାହରେ ଏକ ସ୍ମୃତିଚାରଣ ସଭା ଶିକ୍ଷାବିତ ପ୍ରଫୁଲ୍ଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଶିକ୍ଷାବିତ ପ୍ରେମାନନ୍ଦ ନାୟକ, ଗୌରାଙ୍ଗ ଓଝା, ଗଣେଶ୍ୱର ସାହୁ, ରବିନ୍ଦ୍ର ଜେନା, ଦୁଃଶାସନ ଓଝା, ଅଧ୍ୟାପକ ସୋମନାଥ ଓଝା, ଏବିଇଓ ପୁରୁଷୋତ୍ତମ ଧଳ ଯୋଗଦେଇ ସ୍ୱର୍ଗତଙ୍କ ସାମାଜିକ କାର୍ଯ୍ୟବଳୀ ସମ୍ପର୍କରେ ଆଲୋଚନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ରଘୁନାଥ ଖଟୁଆ, ଭରତ ଦାସ, ପ୍ରସନ୍ନ ମହାପାତ୍ର, ନାରାୟଣ ପୋଥାଳ,ସରୋଜ କୁମାର ନାୟକ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ଡାକ୍ତର ନିରଞ୍ଜନ ଓଝା ଧନ୍ୟବାଦ ଦେଇଥିଲେ ।


