୨୪ ଘଣ୍ଟା ପରେ ହଟିଲା ଆମରଣ ଅନଶନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବିଶୋଇ ବ୍ଲକ ରେ ଆମରଣ ଅନଶନରେ ବିଶୋଇ ୟୁଥ ମାସ ଦେବବ୍ରତ ସି, ମାଧବ ମହାନ୍ତ ,ରାମ କୁମାର ସୋରେନ, ସୁଶାନ୍ତ କୁମାର ମହାନ୍ତି ଙ୍କ ସହିତ ବିଶୋଇ ବ୍ଲକ କୁ ଲାଗିକି ଥିବା ପ୍ରତେକ ଗ୍ରାମ ର ଗ୍ରାମ ବାସୀ ମାନେ ମଧ୍ୟ ଯୋଗ ଦାନ କରିଥିଲେ l ବିଶୋଇ ବ୍ଲକ ଛକ ଜାତୀୟ ରାଜପଥ ଉପରେ ଏକ ପୋଲୋ ର ଆବଶ୍ୟକ ତା ରହିଥିବା ବେଳେ ଏନଏଚଏଇ କତୃପକ୍ଷ ସେଠାରେ ଓଭର ବ୍ରିଜ଼ ନିର୍ମାଣ ନ କରିବାରୁ ଜନ ସାଧାରଣ ବହୁ ସମସ୍ୟା ର ସମୁଖୀନ ହେଉଥିଲା l ବ୍ଲକ ଛକ ଜାତୀୟ ରାଜପଥ କୁ ଲାଗି ଟ୍ରେଜେରି ଅଫିସ, ବାଳିକା ଉଚ୍ଚ ବିଦ୍ୟାଳୟ, ଶିଶୁ ମନ୍ଦିର, ବିଶୋଇ ଉଚ୍ଚ ବିଦ୍ୟାଳୟ, ତହସିଲ କାର୍ଯ୍ୟାଳୟ ସମେତ ବ୍ଲକ ଅଞ୍ଚଳ ର ସମସ୍ତ ମୁଖ୍ୟ ଅଫିସ ଅବସ୍ଥିତ l ଏହି ସବୁ କୁ କେନ୍ଦ୍ର କରି ପୂର୍ବରୁ ବିଶୋଇ ଗ୍ରାମ ବାସୀ ବୃନ୍ଦ ରାସ୍ତା ଅବରୋଧ କରିଥିଲେ l ରାସ୍ତା ଅବରୋଧ ଶୁଣି ନିଜେ ମୟୁରଭଞ୍ଜ ଲୋକ ସଭା ସାଂସଦ ମାନ୍ୟବର ବିଶେଶ୍ୱର ଟୁଡୁ ଘଟଣା ସ୍ଥଳରେ ପହଂଚି ଲୋକ ମାନଙ୍କୁ ବୁଝାଇ ଥିଲେ ଏବଂ୨୦୨୦ ମସିହା ଜାନୁୟାରୀ ମାସ ସୁଧା ପୋଲ ର କାମ ଆରମ୍ଭ କରିବା ପାଇଁ ପ୍ରତିସୃତି ଦେଇଥିଲେ l କିନ୍ତୁ ପ୍ରତିଶୃତି ପ୍ରତିଶୃତି ରେ ହିଁ ରହି ଯାଇଥିଲା, ଯାହାଫଳରେ ୟୁଥ ମାସ ଦେବବ୍ରତ ସି ଙ୍କ ନେତୃତ୍ୱ ରେ ଗ୍ରାମ ବାସୀ ବୃନ୍ଦ ଆମରଣ ଅନଶନ ରେ ଗତ କାଲି ଠାରୁ ବସିବା ପାଇଁ ବାଧ୍ୟ ହୋଇଥିଲେ l ତେବେ ଆଜି ୧୨.୩୦ ସମୟରେ ବିଶୋଇ ତହସିଲଦାର ଚନ୍ଦ୍ରଶେଖର ଘରେଇ , ଏନଏଚଏଇ ଅଥରେଟିକ ଇଞ୍ଜିନିୟର କପିଲ ପ୍ରସାଦ ,ବିଶୋଇ ଥାନା ଭାରପ୍ରାପ୍ତ ଅଧିକାରୀ ସୋଇଲେନ୍ଦ୍ର ଭୂଷଣ ନାଏକ, ବି. ଡି. ଓ ଫିରୋଜ ଖାଁନ , ବୁଝା ସୁଝା କରିବା ସହିତ ୩ମାସ ପରେ ର୍ବ୍ରିଜ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଅମୋରଣ ଅଂଶନରୁ ଉଠିଥିଲେ ।ତେବେ ଏଠି ପ୍ରଶ୍ନ ଉଠେ ସ୍ଥାନୀୟ ବିଧାୟକ ବୁଢାନ ମୁର୍ମୁ ଓ ସାଂସଦ ବିଶେଶ୍ୱର ଟୁଡୁ ପ୍ରତିଶ୍ରୁତି ଦେଇ ଏବେ କଣ ପାଇଁ ଘଟଣା ସ୍ଥଳ କୁ ଆସିଲେ ନାହିଁ ? ବିଶୋଇ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା । ଲୋକଙ୍କ ଅସୁବିଧା ସମୟରେ ମୁହଁ ମୋଡି ଦେଲେ ବିଧାୟକ ଓ ସାଂସଦ |


