୬୯ତମ ଗୋ-ସମ୍ବର୍ଦ୍ଧନା ସପ୍ତାହରେ ଗୋ-ପୂଜନ 

ନାଉଗାଁ,(ଓ୍ବାଇଏନ୍ଏସ୍) : ଜଗତସିଂହପୁର ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୁଲ୍ୟରେ ନାଉଗାଁ ବ୍ଳକ ଗଜରାଜପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ୬୯ତମ ଗୋ-ସମ୍ବର୍ଦ୍ଧନା ସପ୍ତାହ ୨୦୨୦ ଉପଲକ୍ଷେ ଗୋ-ପୂଜନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ନାଉଗାଁ ବ୍ଲକ ପ୍ରାଣୀ ସମ୍ପଦ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜନ କରାଯାଇଥିଲା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସ୍ଥାନୀୟ ଦୁଇ ଗୋଟି ଗୋ-ମାତାଙ୍କୁ ପୂଜନ କରାଯିବା ସହିତ ଦୁଇ ଗୋପାଳକ ବସନ୍ତ ଦାସ ଓ ରାକେଶ ଦାସଙ୍କୁ ଉତରୀୟ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସହାୟକ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଶୁଭେନ୍ଦୁ ରଂଜନ ସେଠୀ, ଡାକ୍ତର ରାଜା ଉଦୟ ଭାନୁ ରାଉତଙ୍କ ସମେତ ପ୍ରାଣୀଧନ ନିରୀକ୍ଷକ ସଂଗ୍ରାମ କେଶରୀ ରାଉତ, ଅର୍ଣ୍ଣପୂଣ୍ଣା ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ