ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ସୁରକ୍ଷାରେ ନାଗରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ

ନାଉଗାଁ,(ଓ୍ବାଇଏନ୍ଏସ୍):ଜରୁରୀକାଳିନ ପରିସ୍ଥିତିରେ ପ୍ରଶାସନକୁ ସହଯୋଗ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ନାଗରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ଭାବେ ରଖାଯାଇଛି । କୋଭିଡ-୧୯ ପାଇଁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆଙ୍କୁ ପଂଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖାଯାଉଛି । ଶିବିରରେ ସୁରକ୍ଷା କର୍ମୀଙ୍କ ଅଭାବ ରହିଥିବାରୁ ନାଗରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଳକର ୧୬ଟି ପଂଚାୟତରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୧୨ ଜଣ ନାଗରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ଏମାନେ ପ୍ରତିଦିନ ଦୁଇ ପ୍ରର୍ଯ୍ୟାୟରେ ବିଭିନ୍ନ ଶିବିର ସମ୍ମୁଖରେ ସୁରକ୍ଷା ଦେଉଥିବା ଦେଖାଯାଇଛି । ଏଥିରେ ସ୍ୱେଚ୍ଛାସେବୀ ଭାବେ ରଂଜିତ ମହାନ୍ତି, ଦିପକ ମହାନ୍ତି, ପୁଷ୍ପଲତା ପରିଜା, ସୁଜିତ ମହାନ୍ତି, ଶ୍ୟାମସୁନ୍ଦର ମହାନ୍ତି ଆଦି ରହିଛନ୍ତି । ନାଉଗାଁ ପୋଲିସ ତତ୍ୱାବଧାନରେ ଉକ୍ତ ଶିବିର ସମ୍ମୁଖରେ ସୁରକ୍ଷା ଦିଆଯାଉଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ