୭ ସାଇକେଲରେ ନେଲୁରୁ ଫେରନ୍ତା ସଂଘରୋଧ କେନ୍ଦ୍ରରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଉଖୁରା ପଞ୍ଚାୟତର ୭ଜଣ ସୁଦୁର ନେଲୁରୁରୁ ସାଇକେଲ ଯୋଗେ ନିଜ ଗ୍ରାମକୁ ଆସୁଥିବାବେଳେ ପୋଲିସ ଦ୍ୱାରା ଧରାପଡି ସହର ଉପକଣ୍ଠସ୍ଥ ବେତାଗୁଡା ଠାରେଥିବା ସଂଘରୋଧ କେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି । ପଡୋଶୀ ଆନ୍ଧ୍ର ରାଜ୍ୟର ଏହି ୭ଜଣ ପ୍ରବାସୀ ଓଡିଆ ନିଜର କାମଧନ୍ଦା ହରାଇବାପରେ ଲକ୍ଡାଉନ୍ ଯୋଗୁଁ ନିଜ ଭିଟାମାଟିକୁ ଫେରିବାପାଇଁ ଅନ୍ୟ କୌଣସି ଉପାୟ ନପାଇ ସାଇକେଲ ମାଧ୍ୟମରେ ପାରଳାଖେମୁଣ୍ଡି ସହର ହୋଇ ନିଜ ଗ୍ରାମକୁ ଫେରିବାକୁ ଚେଷ୍ଟା କରୁଥିଲେ । ତେବେ ଏହି ୭ଜଣ ଯୁବକଙ୍କୁ ପାରଳାଖେମୁଣ୍ଡି ସହରର ଛକ ଠାରେଥିବା ଚେକ୍ପୋଷ୍ଟ ଠାରେ ଯାଞ୍ଚବେଳେ ଜଣାପଡିବାପରେ ସେମାନଙ୍କ ଉପଯୁକ୍ତ ପ୍ରମାଣପତ୍ର ଏବଂ କାଗଜପତ୍ର ସହ ସେମାନଙ୍କୁ ସ୍ଥାନୀୟ ବେତାଗୁଡା ସ୍ଥିତ ସଂଘରୋଧ କେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି । ଏମାନେ ସମସ୍ତେ ଗଜପତି ଜିଲା ଉଖୁରା ପଞ୍ଚାୟତର ସାରା ଗ୍ରାମର ବୋଲି ଜଣାପଡିଛି । ତେବେ କାମଧନ୍ଦା ଅଭାବ ଏବଂ ଲକ୍ଡାଉନ ଯୋଗୁଁ ପରିବହନ ବ୍ୟବସ୍ଥା ନଥିବା ଯୋଗୁଁ ୮ଶହରୁ ଉର୍ଦ୍ଧ କିଲୋମିଟର ଏହି ଶ୍ରମଜିବୀମାନେ ଏକ ଦୁଃଖଦ ଘଟଣା ହେଲେ ମଧ୍ୟ ଏମାନେ କରୋନା ଜନିତ ସମସ୍ୟା ଯୋଗୁଁ ଏମାନେ ସଂଘରୋଧ କେନ୍ଦ୍ରରେ ରହିବାକୁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି ।


