ବ୍ୟାଙ୍କ କର୍ମଚାରୀ ରହିଲେ ହୋମ କ୍ୱାରେଣ୍ଟାଇନ୍‌ରେ, ଖାତାଧାରୀ ହେଲେ ହନ୍ତସନ୍ତ

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଳକରେ ୩୯ଟିି ପଂଚାୟତ ନିର୍ଭର କରନ୍ତି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୋହନା ଉପରେ । ସରକାରଙ୍କ ନିୟମ ଅନୁଯାୟୀ ସକାଳ ୮ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ବ୍ୟାଙ୍କ ଗୁଡିକ ଖୋଲା ରହିଥାଏ । ହେଲେ ଏହି ସମୟରେ ୩୯ଟି ପଂଚାୟତରୁ ଟଙ୍କା ନେଣ ଦେଣ ପାଇଁ ଆସିବାକୁ ହେଲେ ଗାଡି ଗୁଡାର ଅସୁବିଧା ଭୋଗିବାକୁ ପଡିଥାଏ । ଯାହା ଫଳରେ ବ୍ୟାଙ୍କ ଆସିବା ସମୟରେ ବିଳମ୍ବ ହୋଇଯାଇଥାଏ । ବ୍ୟାଙ୍କରେ ପହଂଚିବା ସମୟରେ ବ୍ୟାଙ୍କ କର୍ମଚାରୀ ୨ ଜଣ ଥିବା ଯୋଗୁଁ ଟଙ୍କା ବନ୍ଧା ଓ ଟଙ୍କା ଉଠାଇବା, ଖାତା ଅପଟେଡ କରି ପ୍ରିଂଟ କରିବା ବହୁ ବିଳମ୍ବ ହୋଇଥାଏ । ଏଥି ମଧ୍ୟରେ ସମୟ ୧ଟା ହୋଇଗଲେ ବ୍ୟାଙ୍କ ବନ୍ଦ ହୋଇଯାଏ ତେଣୁ କାମ ଅଧୁରା ହୋଇ ରହିଯାଏ । ପୁଣି ଅନ୍ୟଦିନେ ଆସି ଟଙ୍କା କାରବାର ପାଇଁ ଆସିଲେ ଲମ୍ବା ଧାଡିରେ ରହିବାକୁ ପଡୁଛି । ଏ ବିଷୟରେ ଷ୍ଟେଟ୍ ବ୍ୟାଙ୍କ ଅଧିକାରୀ ବିଶ୍ୱଜିତ୍ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ବ୍ୟାଙ୍କରେ ମୋ ସମେତ ୫ ଜଣ କର୍ମଚାରୀ ଥିବା ବେଳେ ଏଥି ମଧ୍ୟରୁ ୨ ଜଣଙ୍କୁ କମଳାପୁର ଗେଟ୍‌ରେ ବ୍ରହ୍ମପୁରରୁ ଫେରୁଥିବା ସମୟରେ ମାଜିଷ୍ଟେଟ୍ ଦାୟିତ୍ୱରେ ଥିବା ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ତାଙ୍କୁ ହୋମ କ୍ୱାରେଂନଟାଇନରେ ରହିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଯାହା ଫଳରେ କର୍ମଚାରୀ ଅଭାବ ଯୋଗୁଁ ଅଳ୍ପ ସମୟରେ କୌଣସି କାମ ହୋଇପାରୁନାହିଁ ବୋଲି କହିଛନ୍ତି । ଅପରପକ୍ଷେ ବ୍ୟାଙ୍କ କର୍ମଚାରୀ ଯଦି ହୋମ କ୍ୱାରେଂନଟାଇନରେ ରୁହନ୍ତି ତାହା ହେଲେ ଗ୍ରାହକ ଓ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶ ଥାଉକି ଝିଟିକା ମାରି ରଣି ପୁଷିବା ଯେ ପ୍ରକାର ପରିସ୍ଥିତି ସେପରି ବ୍ୟାଙ୍କ କର୍ମଚାରୀଙ୍କୁ ହୋମ କ୍ୱାରେଂନଟାଇନ ରଖି ଗରିବଙ୍କୁ ହଇରାଣ କରିବା ସମାନ ବୋଲି ଚର୍ଚ୍ଚାର ବିଷୟ ଜୋର ଧରିଛି । କିଛି ଶିକ୍ଷକ ଓ କ୍ୱାରେଂନଟାଇନ ଗୃହରେ ତଦାରଖରେ ରହୁଥିବା କର୍ମଚାରୀମାନେ ରାତି ଅଧିଆ ନିଜ ଘର ଗଞ୍ଜାମ ଜିଲ୍ଲାକୁ ଯାଇ ଗଳାବାଟ ଦେଇ ପୁଣି ଫେରୁଛନ୍ତି । ଏହା ଉପରେ ପ୍ରଶାସନର କୌଣସି ନଜର ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ