ଅସହାୟ ମାଙ୍କିଡିଆ ପରିବାରବର୍ଗଙ୍କୁ ଗୁମ୍ଫାରୁ ଉଦ୍ଧାର କଲେ ବିଜେଡି ଜିଲ୍ଲା ସଭାପତି କାଶୀନାଥ

ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ) ମୟୂରଭଂଜ ଜିଲ୍ଲାର ସିମାନ୍ତ ରାଇରଙ୍ଗପୁର ବ୍ଲକର ଦୁର୍ଗମ ପାହାଡିଆ ଅଂଚଳ ଗୁହାଳଡାଙ୍ଗିରୀ ପଞ୍ଚାୟତର ଓଡ଼ିଶା ସିମାନ୍ତ ମାଙ୍କଡଗଡା ଗ୍ରାମ ଘଞ୍ଚ ଜଙ୍ଗଲ ବିଜୁଳି,ପାଣି, ରାସ୍ତାରୁ ବହୁଦୂରରେ ଥିବା ଏହି ଗ୍ରାମରେ ଆଦିମ ଜନଜାତି ଖଡ଼ିଆ ସଂପ୍ରଦାୟର ୧୬୪ ଜଣ ବସବାସ କରୁଛନ୍ତି ।ଏହି ଗାଁର କିଛି ଲୋକଙ୍କର ବିଜୁ ପକ୍କାଘର ନିର୍ମାଣ ହୋଇଥିବା ବେଳେ କିଛି ଲୋକଙ୍କର ହୋଇ ନାହିଁ ।ସେଥିପାଇଁ ମଧ୍ୟରୁ ଶନିବାରୀ ଦେ‌ହୂରୀ ପରିବାରର ବିଜୁ ପକ୍କାଘର ନିରର୍ମାଣ ହୋଇ ନାହିଁ । ଶନିବାରୀ ପରିବାରର ରେସନ କାର୍ଡ ଅଛି ଓ ଆଧାର କାର୍ଡ ଅଛି । ତେଣୁ ସେମାନେ ଚାଉଳ ଓ କିରୋସିନି ପାଆନ୍ତି। ଶନିବାରି ପରିବାର ସହ ପଡୋଶୀ ଗୋରା ଦେହୂରୀ ପରିବାରର ଜମିବାଡ଼ି ନେଇ ଦିର୍ଘଦିନ ଗଣ୍ଡଗୋଳ ମାରପିଟ ହେଉଥିଲା ।ବିଚରା ଗରିବ ଶନିବାରୀ ବାହୁବଳି ଗୋରାର ଶାରୀରିକ ଓ ମାନସିକ ଅକଥନୀୟ ନିର୍ଯାତନା ସହି ନପାରି ଶନିବାରୀ ଦେହୁରୀ ,ପୁଅ ବୁଧୁ, ପୁତ୍ରବଧୂ ଏବଂ ଛୋଟ ଛୁଆ ୪ଜଣ ୧୧ ଦିନ ହେଲା ଗାଁ ଛାଡି ୧୪କିମି ଦୂର ପାହାଡ ଚଢି ଝାଡ଼ଖଣ୍ଡ ରାଜ୍ୟର ସିଙ୍ଗଡ଼ାପାଣି ପାହାଡ଼ର ଏକ ଗୁମ୍ଫାରେ ଦୁଃଖ ଦୁର୍ଦ୍ଦଶାରେ କାଳାତିପାତ କରୁଥିଲେ ଶନିବାରୀ ପରିବାରର ଦୁଃଖ ଦୁର୍ଦ୍ଦଶା ସହି ନ ପାରି ପଡୋଶୀ ସିମାବର୍ତ୍ତି ଲିଖେଇସାହି ଗାଁ ମୁଖିଆ ଏବିଷୟରେ ଝାଡ଼ଖଣ୍ଡ ରାଜ୍ୟର ପଟକା ନିର୍ବାଚନ ମଣ୍ଡଳୀ ବିଧାୟକ ସଂଜୀବ ସର୍ଦ୍ଦାରଙ୍କୁ ଜଣାଇଲେ । ମଙ୍ଗଳବାର ଦିନ ବିଧାୟକ ସଦଳେବଳେ ୧୪ କିମି ଚାଲିଚାଲି ପିଡିତା ପରିବାରଙ୍କୁ ସମବେଦନା ଜଣାଇବା ସହ ଯତ କିଞ୍ଚିତ ଅର୍ଥ,ରେସନ ସାମଗ୍ରୀ ସହାୟତା କରିଥିଲେ । ଓଡ଼ିଶାର ଲୋକ ହୋଇଥିଲେ ମଧ୍ୟ ଯାହାକିଛି ସାହାଯ୍ୟ ଦରକାର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଯାହାକି ବୈଦୁତିକମିଡିଆରେ ମଙ୍ଗଳବାର ଦିନ ପ୍ରସାରଣ ହୋଇଥିଲା ଓ ଗଣମାଧ୍ୟମରେ ମଣ୍ଡନ ହୋଇଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଯେ ସମସ୍ତ ଦଳୀୟ କର୍ମୀ ଦଳମତ ନିର୍ବିଶେଷରେ ସମସ୍ତ ଅସହାୟ, ଅକର୍ମଣ୍ୟ,ଦିବ୍ଯାଙ୍ଗ,ପିଡିତାଙ୍କ ଦୁଃଖରେ ଦୁଃଖୀ ହୋଇ ସେମାନଙ୍କୁ ସହାୟତା କର ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ସବୁବେଳେ ସମ୍ମାନ ଦିଅନ୍ତି ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ।ସେ ଗଣମାଧ୍ୟମରୁ ଏଭଳି ଛାତିଥରା ଘଟଣା ଜାଣି କିଛି ଲୋକଙ୍କୁ ନେଇ ବୁଧବାର ସକାଳେ ଦିନର ୪ଘଣ୍ଟାରୁ ଉର୍ଦ୍ଧ୍ବ ପଥୁରିଆ,କଣ୍ଟକିତ, ଦୁର୍ଗମ ଜଙ୍ଗଲରେ ୧୪କିମି ରାସ୍ତା ଅତିକ୍ରମ କରି ସେହି ପିଡିତ ପରିବାର ରହୁଥିବା ଗୁମ୍ଫାରେ ପହଞ୍ଚିଲେ । ସେଠାରେ ସେମାନେ କିଛି ଶୁଖିଲା ଖାଦ୍ୟ ଦେଇଥିଲେ ।ପରେ ସେମାନଙ୍କୁ ତାଙ୍କ ଗାଁ ମାଙ୍କଡଗଡା ଗାଁକୁ ଫେରି ଯିବାପାଇଁ ଦିର୍ଘ ଦୁଇ ଘଣ୍ଟା ଧରି ବୁଝାଇଥିଲେ । ସେମାନେ ଗୋରା ଦେହୁରୀର ଡରରେ ଗାଁକୁ ଫେରିବାକୁ ଅମଙ୍ଗ ହେଉଥିଲେ । ସେମାନଙ୍କୁ ନୁତନ ଘର,ରହିବା ସୁରକ୍ଷା, ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କରିଦେବେ ବୋଲି ପ୍ରତିଶ୍ରୁତି ଦେଲାପରେ ସେମାନେ ରାଜି ହୋଇଥିଲେ । ଏହି ବିଷୟରେ କାଶୀନାଥ ବାବୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା,ଏସଡିପିଓ ସ୍ନେହାଶିଷ ସାହୁ, ଗୋରୁମହିଷାଣୀ ଥାନା ଅଧିକାରୀ ପ୍ରଶାନ୍ତ ସ୍ବାଇଁଙ୍କୁ ଏହି ବିଷୟରେ ସେହି ଗୁମ୍ଫା ପାଖରୁ ଅବଗତ କରାଇଥିଲେ । ଉପଜିଲ୍ଲାପାଳ ଓ ଏସଡିପିଓ ସମସ୍ତ ପ୍ରଶାସନିକ ସାହାଯ୍ୟ ଓ ସୁରକ୍ଷା ଦିଆଯିବ ବୋଲି ନିର୍ଭର
ପ୍ରତିଶ୍ରୁତି ଦେଇଥିଲେ ।ପରେ ଶନିବାରି ପରିବାର ବର୍ଗଙ୍କୁ ସେମାନଙ୍କ ଆସବାବ ପତ୍ର
ସଵୁ ସାଙ୍ଗରେ ଧରି ଅପରାହ୍ନରେ ମାଙ୍କଡ ଗଡା ଗାଁ ରେ ପହଞ୍ଚିଲେ । ସେଠାରେ ଗୁହାଳଡାଙ୍ଗିରୀ ସରପଞ୍ଚ ସୁକାନ୍ତି ମୁଣ୍ଡାରୀ,ପିଇଓ ଏବଂ ଗୋରୁମହିଷାଣୀ ଥାନା ଅଧିକାରୀ ପ୍ରଶାନ୍ତ ସ୍ବାଇଁ ପହଞ୍ଚି ପିଡିତା ପରିବାରଙ୍କୁ ମାଙ୍କଡଗଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ରହିବା ବ୍ୟବସ୍ଥା କରାଇଥିଲେ । ଆସନ୍ତାକାଲି ଶନିବାରି ପରିବାରର ଯାହାକିଛି ସମସ୍ୟା ଆସନ୍ତାକାଲି ବୁଝାଯିବ ବୋଲି କହିଥିଲେ । ଉପଜିଲ୍ଲାପାଳ ଏବଂ ଏସଡିପିଓ ଅସହାୟ ପ୍ରତି ତୁରନ୍ତ ପ୍ରଶାସନିକ ସହଯୋଗ କରିଥିବାରୁ କାଶୀନାଥ କୃତଜ୍ଞତା ଜଣାଇଥିଲେ । କାଶୀନାଥ ଙ୍କର ଏଭଳି ଜନକଲ୍ଯାଣ ଉଦ୍ୟମକୁ ଚାରିଆଡ ପ୍ରଶଂସାର ଶୁଆ ଛୁଟିଛି ।ତାଙ୍କରି ବଳିଷ୍ଠ ଉଦ୍ୟମରେ ଗୁମ୍ଫାରେ ଦୁର୍ଦଶା ଓ ଭୟଭୀତ ଅବସ୍ଥାରେ ହାତୀ,ସର୍ପ,ବାଘ ଭୟଙ୍କର ଜୀବଜନ୍ତୁ ସହିତ ଜୀବନକୁ ବିପନ୍ନ କରି ରହୁଥିବା ଶନିବାରି ପରିବାରକୁ ଜୀଇଁବାର ସ୍ପପ୍ନ,ଓ ଆଶାର ଆଲୋକ ପୁନଃ ଉଜ୍ଜୀବିତ ହେବା ସହ ସମାଜର ସ୍ରୋତରେ ସଭ୍ଯତାର ଆଲୋକ ଦେଖିବା ସମର୍ଥ ହେଲେ । କାଶୀନାଥଙ୍କ ସହ ସମାଜସେବୀ ଦୀପକ ମିଶ୍ର,ଯୁବ ବିଜେଡ଼ି ନେତା ଗଣେଶ ମିଶ୍ର, ସାମ୍ବାଦିକ ସୁଜିତ୍ ପଟ୍ଟନାୟକ, ଡଃ ରହନ ରବିନ ହେମ୍ବ୍ରମ,ବିଜୟ, ହେମ୍ବ୍ରମ,ରାଣେଶ ମଣ୍ଡଳ,ସେକ ରାମଜାନ ପ୍ରମୁଖ ସାମିଲ ହୋଇ ପିଡିତା ପରିବାରଙ୍କୁ ସମାଜକୁ ଫେରାଇ ଆଣିବାରେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ