ଯଶିପୁର ବିଡିଓଙ୍କୁ ଜଳଯୋଗାଣ କର୍ମଚାରୀଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): କରୋନା ଜନିତ ଲକ-ଡାଉନ ସମୟରେ ଘରେ ନବସି ତାଙ୍କର ଜଳଯୋଗାଣ ଦାୟିତ୍ୱ ସୁଚାରୁ ରୂପେ ପାଳନ କରିବା ସହ ବିଭିନ୍ନ କ୍ଵାରେନଟାଇନ ସେଣ୍ଟରରେ ସେବା ଯୋଗାଇ ଆସୁଥିବା ଯଶିପୁର ବ୍ଲକରେ ଜଳଯୋଗାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ “ଓଡିଶା ରାଜ୍ୟ ମିଳିତ ସ୍ୱାବଲମ୍ବୀ କାରୀଗର ସଙ୍ଘ” ପକ୍ଷରୁ ସାରା ଓଡିଶା ଦାବି ଦିବସ ଅବସରରେ ଅଲ ଇଣ୍ଡିଆ ୟୁ.ଟି.ୟୁ.ସି. ଓଡିଶା ରାଜ୍ୟ କମିଟି ସେକ୍ରେଟାରୀ ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକଙ୍କ ନେତୃତ୍ୱରେ ଏସ.ଇ.ଏମ. ତଥା ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ୟରେ ନିୟୋଜିତ ନଳକୂପ ମିସ୍ତ୍ରୀ, ପମ୍ପ ଚାଳକ ମାନଙ୍କୁ କରୋନା ଜନିତ ଲକ-ଡାଉନ ନିମନ୍ତେ ୧୦ ହଜାର ଟଙ୍କା ସହାୟତା ପ୍ରଦାନ, ଏସ.ଇ.ଏମ. ଙ୍କ କାମକୁ ପୂର୍ଣ୍ଣ କାର୍ଯ୍ୟଦିବସ ରୂପେ ଗ୍ରହଣ କରି ସେମାନଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ କରିବା, କ୍ଵାରେନଟାଇନ ସେଣ୍ଟରରେ କାର୍ଯ୍ୟରତ ଏସ.ଇ.ଏମ ମାନଙ୍କୁ ଦୈନିକ ପାରିଶ୍ରମିକ ପ୍ରଦାନ, ବ୍ୟକ୍ତିଗତ ସୁରକ୍ଷା ଉପକରଣ ପ୍ରଦାନ ସହ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିବା, କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ,ନିର୍ମାଣ ଶ୍ରମିକ ପର୍ଯାୟଭୁକ୍ତ ଏସ.ଇ.ଏମ.ଙ୍କୁ ୧୫ଶହ ଟଙ୍କା ସହାୟତା ପ୍ରଦାନ, ଦୈନିକ କାର୍ଯ୍ୟଦିବସକୁ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରିବାର ଶ୍ରମ ଆଇନ ସଂଶୋଧନକୁ ବାତିଲ କରିବା, ପ୍ରବାସୀ ଶ୍ରମିକଙ୍କୁ ନିରାପଦ ଭାବେ ଘରେ ପହଞ୍ଚାଇବା ସହ ସେମାନଙ୍କ ଖାଦ୍ୟ, ଚିକିତ୍ସା, ସୁରକ୍ଷା, ଥଇଥାନ ଓ ନିୟମିତ ଉପଯୁକ୍ତ କାମ ଯୋଗାଇବା ଆଦି ୭-ଦଫା ଦାବିରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ଯଶିପୁର ବ୍ଲକ ବି.ଡି.ଓ. ଅନୁପମା ଘୋଷଙ୍କୁ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସଂଗଠନର ପ୍ରେସିଡେଣ୍ଟ କମଳାକାନ୍ତ ମହାନ୍ତ, ସେକ୍ରେଟାରୀ ଇନ୍ଦ୍ରମଣି ନାଏକ, ପର୍ଶୁରାମ ମହାକୁଡ଼, କିରାନି ନାଏକ,ଚୈତନ୍ୟ ମାଝୀ, ଗିରିଶ ଚନ୍ଦ୍ର ମହାନ୍ତ, ଶରତ ନାଏକ, ସୁନୀଲ ବାଘ, ପ୍ରଦୀପ ନାଏକ, ବିଜୟ ବେହେରା ସମେତ ଅନ୍ୟମାନେ ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ