ପଶ୍ଚିମବଙ୍ଗରୁ ଶ୍ରମିକ ଆସି ନାଉଗାଁ ବ୍ଳକରେ କାର୍ଯ୍ୟ କରୁଥିବାରୁ ଗ୍ରାମରେ ଉତେଜନା

ନାଉଗାଁ,(ଓ୍ବାଇଏନ୍ଏସ୍) : ଗଜରାଜପୁର ପଂଚାୟତ ତୁମ୍ବେଶ୍ୱର ନିକଟରେ ପ୍ରବାହିତ ଦେବୀ ନଦୀରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ପାନୀୟ ଜଳ ବିଭାଗ ତରଫରୁ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୪୨ କୋଟି ୮୮ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ଦେବୀ ନଦୀରୁ ମଧୂର ଜଳ ସଂଗ୍ରହ କରାଯାଇ ବାଲିକୁଦା ଓ ଏରସମା ଅଂଚଳର ଲୁଣି ପାଣି ଥିବା ବିଭିନ୍ନ ପଂଚାୟତକୁ ମଧୁର ପାଣି ପ୍ରଦାନ କରାଯିବ । ଏହା ସହିତ ଉକ୍ତ ବ୍ଳକର ଗଜରାଜପୁର, ରୋହିଆ, ନୂଆଗାଁ ଆଦି ପଂଚାୟତକୁ ପାନୀୟ ଜଳ ଯୋଗାଇ ଦିଆଯିବ । ଏହି ପ୍ରକଳ୍ପ ନିର୍ମାଣ ପାଇଁ ଏଲ ଆଣ୍ଡ ଟିକୁ ନିର୍ମାଣ ଦାୟିତ୍ୱ ପ୍ରଦାନ କରାଯାଇଛି । ସବୁଠାରୁ ଗୁରୁତ୍ୱପୂନ୍ନ କଥା ହେଲା ବର୍ତମାନ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପ୍ରବାସୀମାନେ ନିଜ ଅଚଳକୁ ଫେରୁଥିବା ବେଳେ ବ୍ଳକ ପ୍ରଶସାନ ଓ ଜିଲା ପ୍ରଶସାନ ପକ୍ଷରୁ ତାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖା ଯାଉଛି । ଏପରି ପରିସ୍ଥିତିରେ ଉକ୍ତ ସଂସ୍ଥା ଗୁରୁବାର ପଶ୍ଚିମବଙ୍ଗରୁ ୬ଜଣ ଶ୍ରମିକ ଆଣି କାର୍ଯ୍ୟରେ ନିୟୋଜିତ କରିଛି । ଉକ୍ତ ଶ୍ରମିକକୁ ରଖିବା ପାଇଁ ସେ ନିକଟସ୍ଥ ଗଜରାଜପୁର ବଜାରରେ ଏକ ଘର ମଧ୍ୟ ଭଡା ସୂତ୍ରରେ ନେଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ସବୁଠାରୁ ଗୁରୁତ୍ୱପୂନ୍ନ କଥା ହେଲା ଅଧିକାଂଶ ପଶ୍ଚିମବଙ୍ଗ ପ୍ରବାସୀ ଉକ୍ତ ବ୍ଳକରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ଆସିଥିବା ଶ୍ରମିକ ଉକ୍ତ ଅଂଚଳ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ସେମାନେ ସରକାରୀ ନିୟମାନୁସାରେ କୋଭିଡ ପରୀକ୍ଷ କରିଛନ୍ତି କି ନାହିଂ ତାହା ମଧ୍ୟ ସଂସ୍ଥା ତରଫରୁ ସୂଚନା ପ୍ରଦାନ କରାଯାଉ ନାହିଁ । ଆସିଥିବା ଶ୍ରମିକଙ୍କ ସଂକ୍ରାନ୍ତରେ ବ୍ଳକ ପ୍ରଶସାନ ନିକଟରେ କୈାଣସି ତଥ୍ୟ ନଥିବା ଜଣାଯାଇଛି । ତେଣୁ ଉକ୍ତ ଶ୍ରମିକଙ୍କର କୋଭିଡ ପରୀକ୍ଷା ହୋଇଛି କି ନାହିଁ ଯାଂଚ କରାଯାଇ କାର୍ଯ୍ୟରେ ନିୟୋଜିତ କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି । ଏସଂକ୍ରାନ୍ତରେ ଜଗତସିଂହପୁର ଲେବର ଇନସପେକ୍ଟର ଶାନ୍ତାନୁ ବ୍ରହ୍ମାଙ୍କୁ ପଚାରିବାରୁ ବର୍ତମାନ ଯାନବାହାନ ସବୁ ଚାଲିଲାଣି । ତେଣୁ କେତେ ବେଳେ କିଏ ଆସିବ ତାହା ଜାଣିହେବ ନାହିଁ । ତେଣୁ ଯେଉଁ ସଂସ୍ଥା କାର୍ଯ୍ୟ କରୁଛି ସେ ଶ୍ରମିକ ଆଣିବା ପୂର୍ବରୁ ବ୍ଳକ ପ୍ରଶାସନ ସହିତ ଯୋଗାଯୋଗ କରିବା କଥା । ସେମାନଙ୍କ ଠାରୁ ଅନୁମତି ପାଇବା ପରେ ଶ୍ରମିକ ଆଣି ନିୟମାନୁଯାୟୀ କାର୍ଯ୍ୟରେ ଲଗାଇବା କଥା ବୋଲି ପ୍ରକାଶ କରିଥିଲେ । ଏବିଷୟରେ ବିଡିଓ ରଶ୍ମିରେଖା ମଲିକଙ୍କୁ ପଚାରିବାରୁ ଏବିଷୟରେ ସେ ଅବଗତ ନୁହଁନ୍ତି । ବର୍ତମାନ ଜାଣିବା ପରେ ଉକ୍ତ ସଂସ୍ଥା ସହିତ ଯୋଗାଯେଗା କରାଯିବ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ