ଭାରତୀୟ ପ୍ରଶସାନିକ ସେବାରେ ନାଉଗାଁ ବ୍ଳକର ଅନୁପ ଦାସଙ୍କର କୃତିତ୍ୱ ହାସଲ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ପଂଚାୟତ ନାଉଗାଁ (କୋକିଢିହ)ର ଅନୁପ ଦାସ (୨୫ ବର୍ଷ) ଭାରତୀୟ ପ୍ରଶସାନିକ ସେବାରେ ସଫଳତାର ସହ କୃତିତ୍ୱ ଅର୍ଜନ କରିଛନ୍ତି । ୨୦୧୧ ମସିହାରେ ମାଟ୍ରିକ ପାସ ପରେ ବିଜେପି କଲେଜରେ ଯୁକ୍ତ ଦୁଇ ପଢି ୨୦୧୩ ମସିହାରେ ପାସ କରିଥିଲେ । ୨୦୧୬ରେ ଦିଲ୍ଲୀ ୟୁନିଭରସିଟରେ ଯୁକ୍ତ ୩ ପାସ କରିବା ପରେ ୨୦୧୮ରେ ବିଜ୍ଞାନରେ ସ୍ନାତକୋତର ଲାଭ କରିଥିଲେ । ଅନୁପଙ୍କ ବାପା ସ୍ୱର୍ଗତ ନୃସିଂହ ଚରଣ ଦାସ ରେଲୱରେ ଷ୍ଟେସନ ମାଷ୍ଟର ଭାବେ କାର୍ଯ୍ୟ କରି ଅବସରପ୍ରାପ୍ତ ଗ୍ରହଣ କରିଥିଲେ । ତାଙ୍କ ମାତା ମଧୁସ୍ମିତା ଦାସ ଗୃହିଣୀ ଅଟନ୍ତି । ମାତ୍ର ୨୫ ଦିନ ତଳେ ଅର୍ଥାତ ୧୧ ଜୁଲାଇ ୨୦୨୦ରେ ତାଙ୍କ ବାପାଙ୍କର ବିୟୋଗ ଘଟିଥିଲା । ଅନୁପ ବଡ ପୁଅ ହୋଇଥିବା ବେଳେ ମା ମଧୁସ୍ମିତା ଦାସ ଓ ସାନ ଭାଇ ଅଛନ୍ତି । ତାଙ୍କ ପରିବାର ଭୂବନେଶ୍ୱରରେ ରହୁଥିବା ଜଣାଯାଇଛି । ଅନୁପ ପିଲାଟି ବେଳରୁ ମେଧାବୀ ଛାତ୍ର ଥିଲେ । ଅନୁପ ପ୍ରଶସାନିକ ସେବାରେ କୃତିତ୍ୱ ଲାଭ କରିଥିବାରୁ ନାଉଗାଁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ