୪୧୩ ଗର୍ଭବତିଙ୍କ ସ୍ବାବ ପରୀଷା ହେବ

କୁକୁଡାଖଣ୍ଡି, (ଓ୍ବାଇଏନ୍ଏସ୍):ଆଇସିଡିଏସ ର ସିଡିପିଓ ଭାବେ ଦାୟିତ୍ବ ଗ୍ରହଣ କଲେ କୁକୁଡାଖଣ୍ଡି ତହସିଲଦାର ଇପସିତା ପ୍ରିୟଦର୍ଶନୀ ମିଶ୍ର।ପୂର୍ବତନ ସିଡିପିଓ ସଂଗୀତା ପାତ୍ରଙ୍କୁ କରୋନା କାର୍ଯ୍ୟରେ ଅବହେଳା ପାଇଁ ଜିଲ୍ଲପାଳ ଛତ୍ରପୁର ଡିଏସଡବ୍ଲୁଙ୍କୁ କାର୍ଯ୍ୟଳୟକୁ ବଦଳି କକିଥିଲେ।ତହସିଲଦାର ନୂତନ ଭାବେ ସିଡିପିଓ ଦାୟିତ୍ବ ଗ୍ରହଣ କରିବା ପରେ କୁକୁଡାଖଣ୍ଡି ବ୍ଲକର ୪୧୩ ଜଣ ଗର୍ଭବତି ମହିଳାଙ୍କ କୋଭିଡ ପାଇଁ ସ୍ବାବ ଟେଷ୍ଟ କରାଯିବ ବୋଲି ଘୋଷଣା କରିଛନ୍ତି।ଅନ୍ୟପଷେ ମହିଳା ସୁପରଭାଇଜର ଓ ଅଗଂନଓ୍ବାଡି କର୍ମୀମାନେ ଗ୍ରାମ ମାନଙ୍କରେ ଥିବା ଗର୍ଭବତି ମହିଳା ,୧୪ ବର୍ଷରୁ କମ ଭିନ୍ନଷମ ପିଲା,ଅତ୍ୟଧିକ ସ୍ବାସ୍ଥ୍ୟ ଖରାପ ଥିବା ବ୍ୟକ୍ତିଙ୍କ ଘରକୁ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ପାଇଁ ନିର୍ଦେଶ ଦେଇଛନ୍ତି।ତହସିଲଦାରଙ୍କ ପଦଷେପକୁ ସମସ୍ତେ ସ୍ବାଗତ କରିଛନ୍ତି।ତହସିଲଦାର ଦାୟିତ୍ବ ଗ୍ରହଣ କରିବା ପରେ ସିଡିପିଓ କାର୍ଯ୍ୟଳୟର କର୍ମଚାରୀ ମାନେ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ