କହ୍ନେୟା ପୋଷ୍ଟରକୁ ନେଇ ବିବାଦରେ ପପୁ
(ଯୁଗାବ୍ଦ ନ୍ୟୁଜ )ଓଲିଉଡ ର କମେଡି ଷ୍ଟାର ପପୁ ପମପମ ଏବେ ବିବାଦରେ । ପପୁ ଙ୍କ ଆଗାମୀ ଫିଲ୍ମ ର ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକମାନେ ପ୍ରଡକ୍ସନ ହାଉସ ସହ ପପୁଙ୍କୁ କଡା ସମାଲୋଚନା କରିଛନ୍ତି ।ଏହି ପୋଷ୍ଟରରେ ପପୁ ୭ଜଣ ଯୁବତୀଙ୍କ ସହ ନଜର ଆସୁଛନ୍ତି । ଏହି ଯୁବତୀମାନଙ୍କୁ ୭ଟି ଦଉଡିରେ ବନ୍ଧା ଯାଇଛି ଓ ସମସ୍ତ ଦଉଡି ପପୁଙ୍କ ହାତରେ ରହିଛି । ତେବେ ଏଭଳି ପୋଷ୍ଟର ମହିଳାଙ୍କ ପ୍ରତି ଅପମାନ ବୋଲି ଲୋକମାନେ ତୀବ୍ର ମାଲୋଚନା କରିଛନ୍ତି । ବିବାଦୀୟ ଫିଲ୍ମ ପୋଷ୍ଟର ନେଇ ପପୁ ପମପମ୍ କହିଛନ୍ତି କି, ଚର୍ଚ୍ଚିତ ପୋଷ୍ଟର ମୋ କନସେପ୍ଟ ନୁହେଁ । ମୁଁ ଭୁଲ କରି ନାହିଁ । ବାହାରେ କିଏ ପୋଷ୍ଟର କରିଛନ୍ତି ଜାଣିନି, ଏଥିପାଇଁ ମୁଁ ଉତ୍ତରଦାୟୀ ନୁହେଁ ବୋଲି ସୋସିଆଲ ମିଡିଆ ରେ ସଫେଇ ଦେଲେ ପପୁ ।


