ସଡକ ସୁରକ୍ଷା ଓ ଟ୍ରାଫିକ ସଚେତନତା ଶିବିର ଅନୁଷ୍ଠିତ
ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ଛତ୍ରପୁର ସଂସ୍କୃତି ଭବନ ପରିସରରେ ଛତ୍ରପୁର ଥାନା ପକ୍ଷରୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏକ ସଡକ ସୁରକ୍ଷା ଟ୍ରାଫିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଛତ୍ରପୁର ଏସଡିପିଓ ଉକ୍ତଳ କେଶରୀ ଦାସ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନଙ୍କୁ ସଡକ ସୁରକ୍ଷାର ନୀତିନିୟମ ବୁଝାଇବା ସହ ଟ୍ରାଫିକ ନିୟମ ମାନିବାକୁ ଉପଦେଶ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସପି ବ୍ରିଜେସ କୁମାର ଯୋଗଦେଇ ଗାଡି ଚଲାଇବା ସମୟରେ ହେଲମେଟ ବ୍ୟବହାର କରିବା, ମଦ୍ୟପାନ ନକରିବା, ଗାଡି ଚଳାଇବା ସମୟରେ ସିଟ ବେଲ୍ଟର ବ୍ୟବହାର କରିବା ଆଦି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ଆରଟିଓ ସଞ୍ଜୟ କୁମାର ବିଶ୍ୱାଳ , ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି , ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ବରିଷ୍ଠ ନାଗରିକ କୃପାସିନ୍ଧୁ ପଣ୍ଡା , କେ. ଏିବରାମ ରେଡ୍ଡୀ, ରାଜେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ସଡକ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ।


