ରୋଗାକ୍ରାନ୍ତ ଭାଗ୍ୟଲକ୍ଷ୍ମୀକୁ ସହାୟତା ପାଇଁ ନିବେଦନ

ହାଟଡିହି, (ଯୁଗାବ୍ଦ ନୁୂ୍ୟଜ୍) : ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତ ମତାବାଜ ଗ୍ରାମର ଭାଗିରଥି ସେନାପତିଙ୍କ ଝିଅ ଭାଗ୍ୟଲକ୍ଷ୍ମୀ (୧୧) କିଡିନି ଓ ବହୁମୁତ୍ର ରୋଗରେ ପିଡିତ ଥାଇ ଚିକିତ୍ସିତ ହେଉଛନ୍ତି । ସେ ଗତ କିଛିଦିନ ଧରି ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଏବେ କଟକ ବଡଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବାବେଳେ ତାଙ୍କ ବାପା ଜଣେ ଗରିବ ଓ ଅସହାୟ ବ୍ୟକ୍ତି । ଅନ୍ୟ ଦୋକାନରେ କାମ କରି ପରିବାରର ଗୁଜୁରାଣ ମେଣ୍ଟାଉଥିବାବେଳେ ଝିଅ ଭାଗ୍ୟଲକ୍ଷ୍ମୀକୁ ଭଲ କରିବା ପାଇଁ ତାଙ୍କ ପାଖରେ ଆବଶ୍ୟକ ଅର୍ଥର ଅଭାବ ଦେଖା ଦେଇଛି । ଝିଅଟିର ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସହାୟତାର ହାତ ବଢ଼ାଇବାକୁ ବାପା ଭାଗିରଥି ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ