ଯୌତୁକ ନିର୍ଯାତନା ମାମଲା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ରାଜେନ୍ଦ୍ରପୁର ପଂଚାୟତ ମେଘା ତୁଳପଦି ଗ୍ରାମରେ ଜଣେ ମହିଳାଙ୍କୁ ଯୌତୁକ ନିର୍ଯାତନା ଦିଆଯାଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ଶ୍ରୀମତୀ ଚମେଲି ମଲିକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ଗୟାଧର ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ବିବାହ ସମୟରେ ଦାବି ମୁତାବକ ଯୌତୁକ, ଗହଣା ଓ ଅନ୍ୟାନ୍ୟ ଜିନିଷପତ୍ର ଦିଆଯାଇଥିଲେ ସୁଦ୍ଧା ଅନେକ ସମୟରେ ସ୍ୱାମୀ ଅଧିକ ଯୌତୁକ ଦାବି କରି ତାଙ୍କୁ ମାର ଧର କରୁଥିଲେ। ଇତିମଧ୍ୟରେ ତାଙ୍କର ଛୋଟ ଶିଶୁ କନ୍ୟା ଥିବାବେଳେ ସ୍ୱାମୀ ଗୟାଧର ଗ୍ରାମର ଅନ୍ୟଏକ ଯୁବତୀକୁ ନେଇ ଫେରାର ହୋଇ ଘର ସଂସାର କରିଥିବା ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଭିତ୍ତି କରି ୨୪୨/୨୦ରେ ମାମଲା ରୁଜୁ କରିଥିବାବେଳେ ତଦନ୍ତ ଆରମ୍ଭ କରିଛି।


