ଗୋପାଳପୁର ସରକାରୀ ୟୁପି ସ୍କୁଲରେ ‘ମୋ ସ୍କୁଲ ଅଭିଯାନ’ ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତର ଗୋପାଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଅଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସ୍କୁଲର ପ୍ରଧାନ ଶିକ୍ଷକ ଶତୃଘ୍ନ ସାହୁ, ସହକାରୀ ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳ, ମହେଶ୍ୱର ଜେନା, ସାବିତ୍ରୀ ରାଉତ, ରୁପା ମଇକାପ, ସସ୍ମିତା ଦାସ ପ୍ରମୁଖ ଯୋଗଦେଇ ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପୁରାତନ ଛାତ୍ର ପ୍ରଶାନ୍ତ କୁମାର ରାଉତଙ୍କୁ ମୋ ସ୍କୁଲ ଅଭିଯାନର ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ଗଣେଶ୍ୱର ପାତ୍ରଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଥିଲା । ଏôତରେ ଶିଶିର କୁମାର ମହାନ୍ତି, ଭାଗିରଥି ଦାସ, ସସ୍ମିତା ଜେନା, ସ୍ୱାଗତିକା ବାରିକ, ସୁବାସ ଚନ୍ଦ୍ର ବାରିକ, ରମେଶ ଚନ୍ଦ୍ର ବାରିକ, ସତ୍ୟନାରାୟଣ ଦେବତା, କମଳ ଜେନା, ବାସୁଦେବ ସାହୁ, ଶୁଭଶ୍ରୀ ସାହୁ, ପପୁନ ସାହୁ, ସୂଯ୍ୟପ୍ରକାଶ ସ୍ୱାଇଁ, ମାନସ ରାଉତ, ପଦ୍ମଲୋଚନ ସ୍ୱାଇଁ, ଲମ୍ବୋଦର ଜେନାଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ମୋ ସ୍କୁଲ ଅଭିଯାନକୁ ସଫଳ କରିବାପାଇଁ ସଂକଳ୍ପ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ