ପରି ହତ୍ୟାକାଣ୍ଡ ର ସିବିଆଇ ତଦନ୍ତ ତଥା ମନ୍ତ୍ରୀ ଅରୁଣ ସାହୁ ଙ୍କୁ ବହିଷ୍କାର ଦାବି ରେ କଳାହାଣ୍ଡି ବିଜେପି ତରଫରୁ ପଦଯାତ୍ରା

କଳାହାଣ୍ଡି,(ଓ୍ବାଇଏନ୍ଏସ୍): ସାରା ରାଜ୍ୟ ରେ ଆଲୋଡ଼ନ ସୃଷ୍ଟି କରିଛି ନୟାଗଡ ର କୁନି ଝିଅ ପରି ର ମୃତ୍ୟୁ ଘଟଣା | ଏହି ଘଟଣା ରେ ମନ୍ତ୍ରୀ ଅରୁଣ ସାହୁ ଙ୍କ ସମ୍ପୃକ୍ତି ନେଇ ସାରା ରାଜ୍ୟ ରେ ଆଲୋଚନା ସମାଲୋଚନା ହେଉଥିବା ବେଳେ ବିଧାନସଭା ରେ ମଧ୍ୟ ଏହି ଘଟଣା କୁ ସୃଷ୍ଟି ହେଇଥିଲା ତୁମ୍ଭିତୋଫାନ | ବିରୋଧୀ କଂଗ୍ରେସ ଓ ବିଜେପି ତରଫରୁ ମଂତ୍ରୀ ଅରୁଣ ସାହୁ ଙ୍କ ଇସ୍ତଫା ଦାବି ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା | ତେବେ ଏ ନେଇ ସରକାର ବର୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାରୁ ବିଜେପି ତରଫରୁ ରାଜ୍ୟ ର ସମସ୍ତ ଜିଲ୍ଲା ରେ ୧୦ କିଲୋମିଟର ପଦଯାତ୍ରା ପରିପେକ୍ଷି ରେ ଆଜି କଳାହାଣ୍ଡି ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଙ୍କ ନେତୃତ୍ୱ ରେ ଭବାନୀପାଟଣା ଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଏହି ପଦଯାତ୍ରା ରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଧ୍ୟ ଯୋଗଦେଇଥିଲେ | ବିଜେପି ର ଦଳୀୟ କାର୍ଯ୍ୟକର୍ତା ମାନେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ରୁ ଏକ ବିରାଟ ପଦଯାତ୍ରା ରେ ବାହାରି ଷ୍ଟେଛୁଛକ, ଗାନ୍ଧୀଛକ, ଘୋଡ଼ଘାଟ ଛକ, ବସଷ୍ଟାଣ୍ଡ, ଜେଲଛକ, ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଦେଇ ମାଣିକେଶ୍ବରୀ ମନ୍ଦିର ନିକଟରେ ପହଂଚିଥିଲେ | ଦଳୀୟ କାର୍ଯ୍ୟକର୍ତା ମାନେ ପରି ହତ୍ୟା ଘଟଣା ର ସିବିଆଇ ତଦନ୍ତ ଦାବି ଓ କୃଷିମନ୍ତ୍ରୀ ଅରୁଣ ସାହୁ ଙ୍କୁ ମନ୍ତ୍ରୀମଣ୍ଡଳ ରୁ ବହିଷ୍କାର ଦାବି ରେ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ | ରାଜ୍ୟ ସରକାର ମା କୁ ସମ୍ମାନ ଓ ମାଟି କୁ ସମ୍ମାନ ର ଡିଣ୍ଡିମ ପିଟୁ ଥିବା ବେଳେ କୋମଳମତି ଶିଶୁକନ୍ୟା ମାନେ ମଧ୍ୟ ରାଜ୍ୟ ରେ ସୁରକ୍ଷିତ ନ ଥିବା ସରକାର ଙ୍କ ନାରୀ ସଶକ୍ତିକରଣ ର ସ୍ଲୋଗାନ କୁ ପଦା ରେ ପକାଇ ଦେଇଛି ବୋଲି ବିଜେପି କାର୍ଯ୍ୟକର୍ତା ମାନେ କହିଥିଲେ | ତେବେ ପରି କୁ ନ୍ୟାୟ ନ ମିଳିଲେ ବିଜେପି ସମଗ୍ର ରାଜ୍ୟ ରେ ଆନ୍ଦୋଳନ କୁ ତୀବ୍ରତର କରିବ ବୋଲି କହିଛନ୍ତି ସ୍ଥାନୀୟ ନେତୃତ୍ୱ |ଏହି ବିକ୍ଷୋଭ ପ୍ରଦର୍ଶନ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ କୁନ୍ତୀ ପାଲ, ନିରୁପମା ନାୟକ, ରାଜ୍ୟ ସମ୍ପାଦିକା ଶର୍ମିଷ୍ଠା ମେହେର, ପୁଷ୍ପା ତାଣ୍ଡି, ବରିଷ୍ଠ ବିଜେପି ନେତା ଭବେନ୍ଦ୍ର ପଣ୍ଡା,ଭାନୁ ପ୍ରକାଶ ରଥ, ରମେଶ ମାଝୀ, ଜୟଶଙ୍କର ନାୟକ, ଆର୍ତତ୍ରାଣ ମହାପାତ୍ର, ସନ୍ତୋଷ ବିଶି, ପ୍ରମୁଖ ଯୋଗଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ