୩ ବର୍ଷ ହେବ ବିଜୁଳି ଆଲୁଅ ପାଇଁ ଡହଳ ବିକଳ ଘଟଗାଁ ବ୍ଲକ୍ ଆମ୍ବୁଆପଡାର ମୁଣ୍ଡାସାହି

ଘଟଗାଁ,(ନାରାୟଣ ପଲାଇ):ଘରେ ଘରେ ବିଜୁଳି ଆଲୁଅ ଜଳିବ-ଏମିତି କିଛି ନାରା ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା ମାନ ପ୍ରଣୟନ କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଆଜିବି ଏମିତି କିଛି ଗାଁ ରହିଛି ଯେଉଁଠି ସାମାନ୍ୟ ତୃଟି ପାଇଁ ବିଜୁଳି ଆଲୁଅରୁ ବଂଚିତ ରହୁଛନ୍ତି । ଆମେ କହୁଛୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପିପିଳିଆ ପଂଚାୟତର ଆମ୍ପୁଆପଡା ଗାଁର ମୁଣ୍ଡା ସାହିର କଥା । ଏଠାରେ ବସବାସ କରୁଥିବା ୪୦ମୁଣ୍ଡା ସମ୍ପ୍ରଦାୟର ଲୋକେ ୩ ବର୍ଷ ତଳେ ଟ୍ରାନ୍ସଫର୍ମର ପୋଡିଯିବା ପରେ ଆଉ ବିଜୁଳି ସୁବିଧା ହୋଇପାରୁନାହିଁ । ସମ୍ପୁର୍ଣ୍ଣ ଖବର ଅନୁସାରେ, କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପିପିଳିଆ ପଂଚାୟତର ଆମ୍ପୁଆପଡା ଗାଁର ମୁଣ୍ଡା ସାହି । ଗାଁରେ ବସବାସ କରନ୍ତି ପ୍ରାୟ ୪୦ ମୁଣ୍ଡା ସମ୍ପ୍ରଦାୟର ପରିବାର । ଏହି ମୁଣ୍ଡା ସାହୀକୁ ବିଗତ ବର୍ଷରେ ଅନ୍ଧାରରେ ରହିବାକୁ ପଡୁଥିଲା । ପରେ ପରେ କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ବର୍ଷ ୨୦୧୫-୧୬ ମସିହାରେ ମାଗଣା ବୁଜୁଳି ସଂଯୋଗୀ କରଣ ହେବା ପରେ ଲୋକେ ଅଚିନ୍ତାରେ ଜୀବନ ଜାପନ କରୁଥିଲେ କିନ୍ତୁ ଗତ ତିନି ବର୍ଷ ପୂର୍ବେ ଟ୍ରାନ୍ସଫର୍ମର୍‌ଟି ପୋଡିଯିବା ଫଳରେ  ବିଜୁଳୀ ଆଲୁଅରୁ ବଂଚିତ ହୋଇ ଅଭିସପ୍ତ ଜିବନ ବିତାଉଛନ୍ତି । ବଣ ପାହାଡକୁ ଗାଁଟି ଲାଗି ରହିଥିବାରୁ ଅନେକ ସମୟରେ ଗାଁ ଭିତରକୁ ଜଙ୍ଗଲ ଜନ୍ତୁ ପଶି ଆସି ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ସ୍ଥାନୀୟ ଛାତ୍ର ଛାତ୍ରୀ ରାତିରେ ପାଠ ପଢିବା ପାଇଁ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି । ଆଜିବି ଏହି ଗାଁରେ ସକାଳ ହେବା ମାତ୍ରେ ଗାଁ ଦାଣ୍ଡରେ ରେଡିଓ ଟିଏ ବଜାଇ ଲୋକେ ରୁଣ୍ଡି ହୋଇଯାନ୍ତି । ସ୍ଥାନୀୟ ଲୋକ କହିବା ଅନୁସାରେ ନୂଆ ସଂଯୋଗୀ କରଣ ହେବା ପରେ ବିଭାଗୀୟ ଅଧିକାରୀ ମାନେ ମନଇଚ୍ଛା ଦୁଇ ହଜାର ପାଂଚ ହଜାର ବିଲ୍ କରିଦେଇଛନ୍ତି । ଯାହାଫଳରେ ଏଠଅକାର ଲୋକମାନେ ଖଟିଲେ ଖାଆନ୍ତି, ନଖଟିଲେ ଭୋକ ଉପାସରେ ଜୀବନ ବିତେ, ଏତେ ଟଙ୍କା ପାଇବୁ ହେଉଁଠୁ ବୋଲି ଆମପାଖରେ ପ୍ରକାଶ କରିଛନ୍ତି । ବାକିଥିବା ଇଲେକ୍ଟ୍ରି ବିଲ୍ ଦେଲା ପରେ ନୂଆ ଟ୍ରାନ୍ସଫର୍ମର ବସିବ ବୋଲି ବିଭାଗିୟ ଅଧିକାରୀ ମାନେ କହୁଛନ୍ତି । ଅନ୍ୟପକ୍ଷରେ ବିଭାଗୀୟ ଅଧିକାରୀଙ୍କ କଥା ମାନି ବିଲ୍‌ଦେବାକୁ ରାଜି ହୋଇ ବିଭାଗିୟ ଅଧିକାରୀ ମାନଙ୍କ ପାଖକୁ ଧାଇଁ ଧାଇଁ ନୟାନ୍ତ ହୋଇପଡିଲେଣି କିନ୍ତୁ ତାଙ୍କ କଥା କେହି କର୍ଣ୍ଣପାତ କରୁନାହାନ୍ତି । ତେବେ ଏଥିପ୍ରତି ଉଚ୍ଚପଦସ୍ଥ ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେଇ ଯଥାଶୀଘ୍ର ବିଜୁଳୀ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ତେବେ ବଣ ଜଙ୍ଗଲ ଘେରା ଆମ୍ବୁଆପଡା ମୁଣ୍ଡାସାହିର ଏହି ମୁଣ୍ଡା ସର୍ମ୍ପଦାୟ ଲୋକଙ୍କ ଦୁଃଖ କେବେ ଦୁର ହେବ ଏବଂ କେବେ ପୁଣୀ ଆଉଥରେ ବିଜୁଳି ଆଲୁଅ ଦେଖିବାର ସ୍ୱପ୍ନ ପୁରଣ ହେବ ତାହା ଏବେ ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ