ଦୁଇ ନାବଳକଙ୍କୁ ଚେଙ୍କ ଦେବାରେ ଜଣେ ଗିରଫ

ପାରଳାଖେମୁଣ୍ଡି — ତାରିଣୀ ପ୍ରସାଦ ପଣ୍ଡା( ଯୁଗାବ୍ଦ ନ୍ୟୁଜ)-ପାରଳାଖେମୁଣ୍ଡି ସହରର ସଞୟ ଗାନ୍ଧୀ କଲୋନୀରେ ଘଟିଛି ଏକ ଅଭନୀୟ ଘଟଣା। ଘର ବାହାରେ ଖେଳୁଥିବା ଦୁଇଜଣ ନାବାଳକଙ୍କୁ ଡାକିନେଇ ଜଣେ ବ୍ୟକ୍ତି ଟି. ଲୋକ୍ ଲୁହା ଗରମ କରି ଦୁଇ ନାବଳକଙ୍କୁ ଗୁପ୍ତାଙ୍ଗକୁ ଚେଙ୍କ ଦେଇଛି। ସେହି ଦୁଇ ନାବଳକଙ୍କ ବୟସ ୬ ଓ ୭ ବର୍ଷ । ନାବଳକ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଚଳିତ ମାସ ୯ ତାରିଖ ପୂର୍ବାହ୍ନ ପ୍ରାୟ ୧୧ ଘଣ୍ଟା ସମୟରେ ପ୍ରତିଦିନ ଭଳି ଦୁଇ ଭାଇ ଘର ବାହାରେ ଖେଳୁଥିଲେ।ଏହି ସମୟରେ ପୋଡସି ଟି. ଲୋକୁ ନିଜ ଘରକୁ ଡାକି ନେଇ ଲୁହା ଗରମ କରି ଉଭୟଙ୍କ ଗୁପ୍ତାଙ୍ଗରେ ଚେଙ୍କ ଦେଇଥିଲା ଏ ସମ୍ପର୍କରେ ସେମାନେ ସମସ୍ତେ କଥା ବାପା ଓ ମାଙ୍କୁ ଜଣାଇଥିଲେ । ତେବେ ସମ୍ପୃକ୍ତ ଦୁଇ ନାବଳକଙ୍କ ବାପା ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡିତ ନାବଳକ ଘଟଣା ସମ୍ପର୍କରେ କିଛି ସ୍ପଷ୍ଟଭାବେ କରିପାରୁନାହାନ୍ତି। ତେଣୁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି ବୋଲି ଆଜି ଆଦର୍ଶ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଠାକୁର ପ୍ରସାଦ ପାତ୍ର ଓ ପାରଳାଖେମୁଣ୍ଡି ଆଇଆଇସି  ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ