ନଡା ଗାଡିରେ ଲାଗିଲା ନିଆଁ, ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁ ବର୍ତ୍ତିଲା ଗାଡି

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଠାରେ ବୁଧବାର ରାତି ପ୍ରାୟ ୭ଟା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ନଡା ଗାଡିରେ ହଠାତ୍ ନିଆଁ ଲାଗିଯାଇଥିଲା । ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁ ଗାଡିଟି ଅଳ୍ପକେ ନିଆଁ ଲାଗିବାରୁ ବର୍ତ୍ତି ଯାଇଥିଲା । ଡ୍ରାଇଭର ଜଣକ ଉକ୍ତ ନଡା ଜଳନ୍ତା ଗାଡିଟିକୁ ଆଣି କପାଳୀ ନଦୀରେ ପୁରାଇ ଦେଇଥିଲେ । ସ୍ଥାନୀୟ ଲୋକେ ନଦୀରୁ ପାଣି ଛାଟି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଖବର ପାଇ ଆଗରପଡା, ଭଦ୍ରକ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । ଏଥିରେ ଡ୍ରାଇଭର ସମେତ ଗାଡିର କୌଣସି କ୍ଷତି ହୋଇନଥିବା ଜଣାଯାଇଛି । ଉକ୍ତ ଗାଡିଟି ଗଣିଜାଙ୍ଗରୁ ରାଉରକେଲା ଅଭିମୁଖେ ଯାଉଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ