ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳୀ

ବନ୍ତ, (ଚାନ୍ଦିନୀ ମହାନ୍ତି) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀରେ ବନ୍ତ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି । ବ୍ଲକ ବିଜେଡି ସଂପାଦକ କମଳାକାନ୍ତ ସାହୁଙ୍କ ନେତୃତ୍ୱରେ ବନ୍ତ ବିଜୁ କଲ୍ୟାଣ ମଣ୍ଡପସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନେତୃତ୍ୱ ମାନେ ଏକତ୍ରିତ ହୋଇ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ଏଥିରେ ସରପଞ୍ଚ କୃପାସିନ୍ଧୁ ସେଠୀ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ହାଡିବନ୍ଧୁ ନାୟକ, ସୁଧୀର ନାୟକ, ହେମନ୍ତ ମଲ୍ଲିକ, ଆଲୋକ କୁମାର ରାଉତ, ରବିନ୍ଦ୍ର ବିଶ୍ୱାଳ, ପ୍ରଭାସ ସାହୁ, ମାଧବାନନ୍ଦ ଦାସ, ଶଶୀକାନ୍ତ ସେଠୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ