ଅପାରଗ ରାଜପଥ କତ୍ତୃପକ୍ଷ, ନିର୍ମାଣ କାର୍ଯ୍ୟ ନାଁରେ ପୋତିଦେଲେ ବଡକୋଳିପଦି ମାଇନର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା); ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ପ୍ରସସ୍ତିକରଣ କାର୍ଯ୍ୟ ଚାଲିଥିବାବେଳେ ଅପାରଗ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁ ସର୍ବପୂରାତନ ପାଣିନାଳ ଓ କେନାଲ ଗୁଡିକୁ ପୋତିଦିଆଯାଉଛି । ବିଶେଷ କରି ଜଳ ନିଷ୍କାସନ ପାଇଁ ଉଦ୍ଦିଷ୍ଟ ଭଣ୍ଡାରିପୋଖରୀ ବସ ଷ୍ଟାଣ୍ଡ ଠାରୁ ଚକବନ୍ଦୀ ଅଫିସ ଯାଏଁ ଯନାଳଟିକୁ ପୋତିଦିଆଯାଇଥିବାବେଳେ ଏବେ ରାସ୍ତା ପ୍ରଶସ୍ତିକରଣ ନାମରେ ବଡକୋଳିପଦି ମାଇନରଟିକୁ ମଧ୍ୟ ପୋତାଯାଉଛି । ଉକ୍ତ ମାଇନରଟି ହଇଲେବୁଲ କେନାଲର ହାରାମଣି ବାଳିକା ବିଦ୍ୟାଳୟ ଠାରୁ ବାହାରିଥିବାବେଳେ ଏହା ଇଲେକ୍ଟ୍ରି କାର୍ଯ୍ୟାଳୟ ଦେଇ ପୂର୍ତ୍ତ ବିଭାଗ ରାସ୍ତାକୁ ଅତିକ୍ରମ କରି ମହମ୍ମଦପୁର ଯାଏଁ ଯାଇଛି । କେନାଲର ଦୈର୍ଘ୍ୟ ପ୍ରାୟ ୩କିଲୋମିଟରରୁ ଅଧିକ ଥିବାବେଳେ ଏହା ଦ୍ୱାରା ହଜାର ହଜାର ହେକ୍ଟର ଚାଷଜମି ଜଳ ପ୍ଲାବିତ ହୋଇଥାଏ । ପରିତାପର ବିଷୟ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଦାୟିତ୍ୱ ନେଇଥିବା ଠିକା କମ୍ପାନୀ ଏବେ ମାଇନରର ଆରମ୍ଭ ସ୍ଥାନରୁ ବିଦ୍ୟୁତ କାର୍ଯ୍ୟାଳୟ ଯାଏଁ ପ୍ରାୟ ୫୦୦ମି. ପୋତିସାରିଲାଣି । ନିୟମ ଦୃଷ୍ଟିରୁ କୃଷିସଂଲଗ୍ନ କୌଣସି ନାଳକୁ ଯଦି ପୋତାଯାଏ ତା ପୂର୍ବରୁ ନୂତନ ନାଳ ଖନନ କରିବା କଥା । କିନ୍ତୁ ଏହାକୁ ଜାତୀୟ ରାଜପଥ କତ୍ତୃପକ୍ଷ ଭ୍ରୁକ୍ଷେପ କରୁନଥିବାବେଳେ ଠିକା କମ୍ପାନୀ ଜରିଆରେ ପୂରାତନ କେନାଲକୁ ପୋତିବାରେ ଲାଗିଛି । ଆଉ ଦୁଇମାସ ପରେ ଖରିଫ ଧାନଚାଷ ଆରମ୍ଭ ହେବାକୁ ଥିବାବେଳେ ବଡକୋଳିପଦି ମାଇନର ଉପରେ ନିର୍ଭର କରି ଚାଷ କରୁଥିବା କୃଷକମାନେ ଏବେ ଠାରୁ କିଙ୍ଗକର୍ତ୍ତବ୍ୟମୁଢ ହୋଇଗଲେଣି । ଆଗମୀ ସମୟରେ ଯଦି ନୂତନ କେନାଲ ଖନନ କରାନଯାଏ ତାହେଲେ ଶହଶହ ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ଏଥିରେ ସନ୍ଦେହ ନାହିଁ । ଏହା ଉପରେ ଜିଲ୍ଲା ପ୍ରଶାସନ ସମେତ ନିର୍ବାଚିତ ବିଧାୟକ ଓ ସାଂସଦ ଦୃଷ୍ଟିଦେବାକୁ ଦାବି ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ