ପ୍ରଦେଶ କଂଗ୍ରେସ କୃଷକ ସେଲ ଅଧକ୍ଷ ଙ୍କ ବର୍ଷାପ୍ଲାବିତ ଗ୍ରାମ ଗ୍ରସ୍ତ

ନିମାପଡା, (ସନ୍ତୋଷ ଦାଶ):ଆଜି ପ୍ରଦେଶ କଂଗ୍ରେସ କୃଷକ ସେଲ ର ଅଧକ୍ଷ ଅମୀୟ କୁମାର ପଟ୍ଟନାୟକ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ବର୍ଷାପ୍ଲାବିତ ଗ୍ରାମ ଗ୍ରସ୍ତ କରିଥିଲେ l ଶ୍ରୀ ପଟ୍ଟନାୟକ ଅସ୍ତରଙ୍ଗ ବ୍ଲକ ର ଛୁରିଅନା, ପାଟଳଦା, ଶିଶୁଅ, କୋରଣା ପ୍ରଭୁତି ପଂଚାୟତ ଅଂଚଳ ଗ୍ରସ୍ତ କରି ଜଳବନ୍ଦୀ ରେ ଥିବା ପରିବାର ଗୁଡିକ ସହିତ ସୁବିଧା, ଅସୁବିଧା ସମ୍ପର୍କ ରେ ଆଲୋଚନା କରିଥିଲେ l ଅସ୍ତରଙ୍ଗ ବ୍ଲକ ଅଂଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ଏହି ଅଂଚଳ ର ଚାଷୀ ମାନଙ୍କ କୃଷିଋଣ ଛାଡ଼ କରିବା, ରବିଚାଷ ପାଇଁ ବିନାସୁଧ ରେ ୧ ଲକ୍ଷ ଟଙ୍କା ଋଣ ପ୍ରଦାନ, ପାନଚାଷୀ ଙ୍କୁ ବରଜ ଭଙ୍ଗା ସହାୟତା, କ୍ଷତିଗ୍ରସ୍ତ ମାଛ ଚାଷୀ ଙ୍କୁ କ୍ଷତିପୂରଣ,ଘର ଭାଙ୍ଗିଥିବା ପରିବାର କୁ ସାହାଯ୍ୟ ତୁରନ୍ତଯୋଗାଇଦେବାକୁ ଶ୍ରୀ ପଟ୍ଟନାୟକ ରାଜ୍ୟସରକାର ଙ୍କ ନିକଟରେ ଦାବି କରିଥିଲେ l ବର୍ଷା ପ୍ଲାବିତ ଅଂଚଳ ଗ୍ରସ୍ତ ସମୟ ରେ ଶ୍ରୀ ପଟ୍ଟନାୟକ ଙ୍କ ସହିତ ଅସ୍ତରଙ୍ଗ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ ମହାନ୍ତି, ବ୍ଲକ କିଷାନ କଂଗ୍ରେସ ସଭାପତି ତୁଷାରକାନ୍ତ ନାୟକ, ଯୁବନେତା ପ୍ରଭାତ ବିଶ୍ୱାଳ, ତପନ ସ୍ୱାଇଁ ପ୍ରମୁଖ ବର୍ଷାପ୍ଲାବିତ ଗ୍ରାମ ଗ୍ରସ୍ତ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ