ବିଜେଡିର କର୍ମୀ ବୈଠକ ଓ ମିଶ୍ରଣ ପର୍ବ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ପିରିପୁର ଠାରେ ବିଜେଡିର ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଂଚାୟତ ସଭାପତି ରତ୍ନାକର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବିଜେଡି ଯୁବ ନେତା ପ୍ରଣୀତକାନ୍ତି ସାମଲ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତେ ଏକଜୁଟ ହୋଇ ଦଳପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡ଼ି ନେତା ଗୁଣାକର ବେହେରା, ସମାଜସେବୀ ପିତାମ୍ବର ଦିଅ, ପ୍ରଶାନ୍ତ ଭଞ୍ଜ, ରମେଶ ନାୟକ, ପ୍ରୀତଶ ରଞ୍ଜନ ନାୟକ, ରବିନ୍ଦ୍ର ଜେନା, ବୁଦ୍ଧିରାମ ସେଠୀ, ରଞ୍ଜନ ଜେନା, ରମାକାନ୍ତ ପଣ୍ଡା, ହଳଧର ସୁତାର, ଅନନ୍ତ ମଲ୍ଲିକ, ଜୟଦେବ ରାଉତ, ବିଦ୍ୟାଧର ସାହୁ,ଭରତ ଚନ୍ଦ୍ର ଜେନା, ରଞ୍ଜିତ ସ୍ୱାଇଁପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅନ୍ୟଦଳ ପରିତ୍ୟାଗ କରି ବିଜେଡି ଦଳରେ ସାମିଲ ହୋଇଥିବା କର୍ମୀ ମାନଙ୍କୁ ଶ୍ରୀ ସାମଲ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ଅନୁରୂପ ଭାବେ ଭଣ୍ଡାରିପୋଖରୀ ବିଜୁ ବିହାର ଠାରେ ରଣଜିତ ପଂଚାୟତ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଯୁବନେତା ଶ୍ରୀସାମଲ ଅନ୍ୟ ଦଳ ପରିତ୍ୟାଗ କରି ବିଜେଡି ଦଳରେ ସାମିଲ ହୋଇଥିବା ନୂତନ କର୍ମୀ ବିନୋଦ ସେଠୀ ଓ ଝଙ୍କାର ରାଉତଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରିଥିଲେ। ଏଥିରେ ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର ଦାସ, ପଂଚାୟତ ବିଜେଡି ସଭାପତି ହରେକୃଷ୍ଣ ଦାସ, ଦିଲ୍ଲୀପ ରାଉତ, ମନୋଜ କୁମାର ବେହୁରିଆ, ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ମଲ୍ଲିକ, ଯୁବନେତା ଅରୁଣ ରାଉତ, ପ୍ରଶାନ୍ତ ରାଉତ, ସୁଦର୍ଶନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


