ବାଲେଶ୍ୱରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ବାଲେଶ୍ୱର, (ସରୋଜ ପଣ୍ଡା) :ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ବାଲେଶ୍ୱର ଜିଲା ଜଜ୍ କୋର୍ଟ ଓ ତାଲୁକ ଆଇନସେବା କେନ୍ଦ୍ର ଜଳେଶ୍ୱର, ସୋର, ନୀଳଗିରୀ, ବସ୍ତା ଏବଂ ଗ୍ରାମ୍ୟ ନ୍ୟାୟାଳୟ ଭୋଗରାଇଠାରେ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲା ଆଇନସେବା ପ୍ରାଧିକରଣ ଅନୁକୂଲ୍ୟରେ ଜିଲା ଏବଂ ଦୌରା ଜଜ ତଥା ଜିଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଭଗବାନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲା ଓ ଦୌରାଜଜଙ୍କ ସମେତ ଅନ୍ୟାନ୍ୟ ସମସ୍ତ ବିଚାର ବିଭାଗୀୟ ଅଧିକାରୀମାନେ ଯୋଗଦାନ କରିଥିଲେ । ଏହି ଲୋକ ଅଦାଲତରେ ମୋଟ ୫୪୬ ମାମଲା (ଦେଓାନୀ- ୨୭୭, ଚେକ୍ ବାଉନ୍‌ସ ମାମଲା-୭୪, ବ୍ୟାଙ୍କ ରିକଭରି ମାମଲା-୦୨, ମୋଟରଯାନ ଦୁର୍ଘଟଣା ଜନିତ ମାମଲା-୭୮, ବୈବାହିକ ବିବାଦ ମୋକଦ୍ଦମା ୪୩, କ୍ରମିନାଲ କମ୍ପାଉଣ୍ଡେବଲ-୩୭, ଏକଜ୍ୟକେସନ -୩, କ୍ରମିନାଲ୍ ଅପିଲ୍‌-୦୪, ଏଫଆରଟି-୨୮) ଫଇସଲା କରାଯାଇ ଚେକ ବାଉନ୍ସ ମାମଲା ବାବଦକୁ ୧୨,୬.୫୬୨ଟଙ୍କା, ବ୍ୟାଙ୍କଋଣ ଆଦାୟ ମାମଲା ବାବଦକୁ ୪,୮୬,୮୭୧ ଟଙ୍କା ମୋଟର ଯାନ ଦୁର୍ଘଟଣା ଜନିତ ମାମଲା ବାବଦକୁ ୪,୨୧,୪୪,୦୦୦ ଟଙ୍କା ଆଦାୟ କରାଯାଇଥିଲା । ଏତଦ ଭିନ୍ନ ପ୍ରାକ ମୋକଦ୍ଦମା ଜନିତ ୫୦୫ଟି ବ୍ୟାଙ୍କ ମୋକଦ୍ଦମା ଫଇସାଲା କରାଯାଇ ୭୮,୨୬,୮୬୮ ଟଙ୍କା ଆଦାୟ କରାଯାଇଛି । ଏହି ଲୋକ ଅଦାଲତକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ବିଷ୍ଣୁଦେବ ଜେନା ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ