ଗ୍ରୁପ ଲୋନ ସୁଝୁନାହାନ୍ତି ମହିଳା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତ ମହିଳା ମହାସଂଘରେ ଏବେ ଅଚଳାବସ୍ଥା ଦେଖାଦେଇଛି। ସୂଚନା ଅନୁଯାୟୀ ସାଇ ଜଗନ୍ନାଥ ଗ୍ରୁପ ରୁ ମହାସଂଘର ସଦସ୍ୟା ବିଜୟା ଲକ୍ଷ୍ମୀ ଜେନା ଲୋନ ଟଙ୍କା ନେଇ ଏଜାଵତ ସୁଝୁନାହାନ୍ତି। ବିଶେଷ କରି ପଞ୍ଚାୟତ ଏମବିକେ ପଦ ତାଙ୍କୁ ମିଳିନଥିବାରୁ ସେ କ୍ରୋଧାନ୍ୱିତ ହୋଇ ମହାସଂଘ ଭାଙ୍ଗିବାକୁ ଅପଚେଷ୍ଟା କରିବା ସହ କାର୍ଯ୍ୟାଳୟ କୁ ବେଆଇନ ଭାବେ ଚାବି ପକାଇଛନ୍ତି । ସମସ୍ତ ଘଟଣାବଳୀକୁ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସାତ ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ କିଛି ସମାଧାନ ନହେଲେ ମହିଳା ମାନେ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଦିପିକା ସାହୁ, ସୁଜାତା ମହାପାତ୍ର,ତ୍ରୁପ୍ତି ପତି ପ୍ରମୁଖ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ