ପ୍ରକୃତ୍ତିମିତ୍ର ଓ ପ୍ରକୃତ୍ତିବନ୍ଧୁ ପୁସ୍କାର ପ୍ରାପ୍ତ କୃତିଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦଲକିର ପ୍ରକୃତ୍ତିମିତ୍ର ଓ ପ୍ରକଅତ୍ତି ବନ୍ଧୁ ପୁରସ୍କାର ପ୍ରାପ୍ତ ପୁର୍ବତନ ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନଙ୍କୁ ଏକ ଭାବ ଗମ୍ଭୀର ଅଶ୍ରୁଳ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିସରରେ ଏଥିଲାଗି ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ବ୍ଲକ ମିଳିତ ଶିକ୍ଷକ ମଞ୍ଚର ସଭାପତି ହରମୋହନ ପଣ୍ଡା ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଆଦିକନ୍ଦ ସାହୁ, ମୁଖ୍ୟ ବକ୍ତା ଭାବେ ମଧୁବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୈତାରୀ ରାଉତ, ସମ୍ମାନୀତ ଅତିଥି ଭାବେ ସିଆରସିସି ବାଳକୃଷ୍ଣ ଦାସ, ବରିଷ୍ଠ ଶିକ୍ଷୟତ୍ରୀ ଅନ୍ନପୁର୍ଣ୍ଣା ଚକ୍ର, ବିଜୟ କୁମାର ସା, ଗଦାଧର ଜେନା, ପିତାନାଉ ସ୍କୁଲର ପ୍ରଧାନ ଶିକ୍ଷକ ମହେଶ୍ୱର ଜେନା, ସ୍କୁଲ କମିଟି ଚେୟାରମ୍ୟାନ ସୁରେଶ ନାୟକ ପ୍ରମୁଖ ଯୋଗଦେଇ ପିତବାସ ପ୍ରଧାନଙ୍କୁ ଜଣେ ସାହାସୀ, ସଚ୍ଚୋଟ, ତ୍ୟାଗୀ, ସୁସଂଗଠକ, ଦକ୍ଷ ଓ ଆଦର୍ଶ ପ୍ରଧାନ ଶିକ୍ଷକ ଭାବେ ଭୂୟସୀ ପ୍ରଶଂସା କରିଥିଲେ । ସେ ବଣପାହାଡ ଘେରା ଏହି ଦଲକି ସ୍କୁଲରେ ଦୀର୍ଘ ୨୩ବର୍ଷ ଧରି ଶିକ୍ଷକକତା କରିବା ସହିତ ବିଦ୍ୟାଳୟକୁ ରାଜ୍ୟ ସ୍ତରରେ ଏକ ପ୍ରତିଷ୍ଠିତ ବିଦ୍ୟାଳୟ ଭାବେ ଗଢ଼ି ତୋଳି ଏ ଅଞ୍ଚଳ ପାଇଁ ଆଲୋକ ବର୍ତ୍ତିକା ସାଜିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଆକାଶ କୁମାର ସାହୁ, ଦୁର୍ଗାପ୍ରସାଦ କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ହଦଗଡ କ୍ଲଷ୍ଟରର ଶିକ୍ଷକ ଆଲୋକ କୁମାର ସାହୁ, ରୋହିତ କୁମାର ସାହୁ, ବାମନ ନାୟକ, ବସନ୍ତ ନାୟକ, ରୋହିୟା ବେଶ୍ରା, କମିଟି ସଦସ୍ୟ ଅବଳା ନାୟକ, ଚକ୍ରଧର ହୋ, ପାଣ୍ଡା ହୋ, ବିର ସିଂ, ମନୁ ଗିରି, ଲଦର ହୋ, ମାଧୁରୀ ନାୟକ, ମିନି ମହାକୁଡ, ଶାନ୍ତି ହୋ, କାଳନ୍ଦୀ ନାୟକ, ରମେଶ ନାୟକଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥାଇ ତାଙ୍କର ପ୍ରୀୟ ଶିକ୍ଷକଙ୍କୁ ବିଦାୟ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ