ନାଉଗାଁ ବ୍ଳକସ୍ତରୀୟ ବିଜ୍ଞାନ ମେଳା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକସ୍ତରୀୟ ଜବାହରଲାଲ ନେହେରୁ ବିଜ୍ଞାନ, ଗଣିତ ଓ ପରିବେଶ ମେଳା-୨୦୨୨ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଶିକ୍ଷାଧିକାରୀ ମନୋରମା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ନାଉଗାଁ ଜୋନ ନଂ-୧ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ଜୋନ ନଂ-୨ ମମତା ପରିଡା, ଜଗତସିଂହପୁରସ୍ଥିତ ଜାତୀୟ ସବୁଜ ବାହିନୀ ଜିଲ୍ଲା ସଂଯୋଜକ ଉତ୍କଳ ରଂଜନ ମହାନ୍ତି, ନାଉଗାଁ ସମିତି ସଭ୍ୟା ମାନସୀ ଲେଙ୍କା, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଂଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ମେଳା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ବ୍ଳକ ଶିକ୍ଷାଧିକାରୀ ଶ୍ରୀମତୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପରେଶ ଚନ୍ଦ୍ର ପାତ୍ର ଯୋଗ ଦେଇ ପିଲାମାନଙ୍କ ମଧ୍ୟରେ ଥିବା ସୃଜନଶୀଳତାର ବୃଦ୍ଧି ସହିତ ବିଜ୍ଞାନ ଓ ଗଣିତ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି ମେଳାର ଲକ୍ଷ୍ୟ ବୋଲି କହିଥିଲେ । ଏହି ମେଳାରେ ବ୍ଳକର ପ୍ରାଥମିକ ବିଦ୍ୟାଳୟ ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ୩୭ଟି ବିଦ୍ୟାଳୟରୁ ୪୦ଟି ପ୍ରକଳ୍ପ ଭାଗ ନେଇଥିଲେ । ସେଥିମଧ୍ୟରୁ ଚୟନ କମିଟି ଦ୍ୱାରା ୬ଟି ଶ୍ରେଷ୍ଠ ପ୍ରକଳ୍ପକୁ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ପାଇଁ ଚୟନ କରାଯାଇଥିବା ବେଳେ ୪ଟି ପ୍ରକଳ୍ପକୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ମଂଚ ପରିଚାଳନା କରୁଥିବା ବେଳେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅକ୍ଷୟ କୁମାର ବେହେରା, ଶିକ୍ଷକ ହିମାଂଶୁ କୁମାର ମହାନ୍ତି, ସିଆରସିସି କମଳଲୋଚନ ନାୟକ, ଶାରଦା ପ୍ରସନ୍ନ ଓଝା, କାଳନ୍ଦୀ ଚରଣ ବିଶ୍ୱାଳ, ଫକୀର ଚରଣ ସ୍ୱାଇଁଙ୍କ ସମେତ ଅନ୍ୟ ସିଆରସିସିମାନେ ଉପସ୍ଥିତ ରହି ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ