ବାଲିକୁଦା ବ୍ଲକରେ ଜିଲ୍ଲାସ୍ତରୀୟ ଅଖିମୁଠୀ ଅନୁକୁଳ
ଜଗତସିଂହପୁର, (ଅନସୂୟା ରାଉତ) :-ଆଜି ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଅରିଲୋ ପଞ୍ଚାୟତରେ ଜିଲ୍ଲାସ୍ତରୀୟ ଅଖିମୁଠି ଅନୁକୁଳ କାର୍ଯ୍ୟ ଅନୁଷ୍ଠିତ ହୋଇ ଅଛି । ସୂଚନା ଲୋକସଂପର୍କ ତଥା ଜଳସେଚନ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଗତସିଂହପୁର ଜିଲ୍ଲାର ସମସ୍ତ ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅକ୍ଷୟତୃତୀୟାର ଆଭିମୁଖ୍ୟ ବିଷୟରେ କହିଥିଲେ। ଆଜି ଠାରୁ କୃଷକ ତାର ଚାଷ କାର୍ଯ୍ୟ ଆରମ୍ଭ କରିଥାଏ । ଘରେ ମା ଲକ୍ଷ୍ମୀଙ୍କ ପୂଜା କ୍ଷେତରେ ବିହନ ଅନୁକୁଳ କରିଥାଏ । କିନ୍ତୁ ବିଶ୍ବରେ ଜଳବାୟୁ ପରିବର୍ତ୍ତନ ହେତୁ ଚାଷୀମାନଙ୍କ ସମସ୍ୟା ବଢିବାସହ ଆର୍ଥିକ ଦୃଷ୍ଟିରୁ ଚଷୀ ଭାଇ ଦୁଃଖ ଓ ଦୁର୍ଗତିରେ କାଳାତିପାତ କରୁଅଛି । ଯେପରି ଧାନ ଧୋଇର କ୍ଷତିପୂରଣ ଆଜିସୁଧା ଚାଷୀମାନଙ୍କୁ ମିଳିନାହିଁ । ମଣ୍ଡିରେ ଧାନ ଥୋଇ ଥୋଇ ଟୁକନ କଟିଯିବାରୁ ଚାଷୀ ଭାଇ ଧାନକୁ ଫେରାଇ ଘରେ ରଖିବାର ଦୁଃଖ ଚାଷୀମାନଙ୍କ ସମସ୍ୟା ବୃଦ୍ଧି କରଛି। ଯେଉଁଦିନ ଏହି ସମସ୍ୟାର ସମାଧାନ ହେବ ସେହିଦିନ ଅକ୍ଷୟ ତୃତୀୟା ସଫଳ ହେବ ବୋଲି ଜନ ସାଧାରଣ କହିଛନ୍ତି ।


