ମୁଖ୍ୟ ଚିକିତ୍ସାଳୟର ଡାଇରୀଆ ବିଭାଗ ଛାତ ଫାଟି ଢଳେଇ ଛାଡୁଛି : ଜିଲ୍ଲା ପ୍ରଶାସନ ଜାଣି ଅଜଣା
ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ଘେରରେ ରହିଛି । ରୋଗୀଙ୍କ ପାଇଁ ଏହି ଚିକିତ୍ସାଳୟ ମରଣଯନ୍ତା ପାଲଟିଛି । ରୋଗୀମାନେ ରହୁଥିବା ବେଡ ଅଭାବ ହେତୁ ତଳେ ଶୋଇଛନ୍ତି । ଉପର ଛାତ ଢଳେଇ ଫାଟି ଆଁ କରିଛି । କେତେବେଳେ ରୋଗୀଙ୍କ ଉପରେ ପଡି ଜୀବନ ନେବାଭଳି ପରିସ୍ଥିତି ସୃଷ୍ଟି ହେଲାଣି । ହେଲେ ସେଥିପ୍ରତି ପପ୍ରଶାନର ନିଘା ନାହିଁ । ଆଜି ମେଡିକାଲ ଦେଖିଲେ ସ୍ୱାସ୍ଥ୍ୟ ବିଭାଗର ପ୍ରକୃତ ଉନ୍ନତି ଜାଣି ପାରିବା।ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।