ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ବଜାରସ୍ଥିତ କାଦମ୍ବିନୀ ମଣ୍ଡପ ପରିସରରେ ନାଉଗାଁ ଗ୍ରାମପଂଚାୟତର ପୂର୍ବତନ ସରପଂଚ ସ୍ୱର୍ଗତ ବିପିନ ବିହାରୀ ନାୟକଙ୍କ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ‘ଓଡିଶା ମୋ ପରିବାର’ ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ସମୂହ ରକ୍ତଦାନ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିିଥି ଭାବେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ଓ ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ମଧୁସୂଧନ ସାହୁ ଯୋଗ ଦେଇ ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୋନ-୧ର ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ପଂଚାୟତ ସମିତି ଉପାଧ୍ୟକ୍ଷ ସୁଜିତ ପୁହାଣ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ବରିଷ୍ଠ ବିଜେଡି ନେତା ଅଶୋକ କୁମାର ମହାନ୍ତି, ଦିଲ୍ଲିପ ଲେଙ୍କା, ଘୋଡାଂଶ ପଂଚାୟତ ସମିତି ସଭ୍ୟ ତରୁଣକାନ୍ତ ବାରିକ, ବ୍ଲକ ଯୁବ ବିଜେଡି ସଭାପତି ପ୍ରତ୍ୟୁଷ ପରିଡା, ବିରଷ୍ଠ ବିଜେଡି ନେତା ବିପିନ ବେହେରା ପ୍ରମୁଖ ଯୋଗ ଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୪୩ ୟୁନିଟ ରକ୍ତ ସଂଗହୃତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଲକ ଯୁବ ବିଜେଡି ସଦସ୍ୟ ଶାଶ୍ୱତ ନାୟକ, ବିଷ୍ଣୁ ଦାସ, ଦିବ୍ୟରଂଜନ ନାୟକ, ଆଶିଷ ବିଶ୍ୱାଳ, ସୁଧିର ଦାସ, ଆଲୋକ ରାୟ , ବିବେକାନନ୍ଦ ପରିଜାଙ୍କ ସହିତ ବିଜୁ ପରିବାରର ଅନ୍ୟ ସଦସ୍ୟମାନେ ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ