ପାଇଲିପଡ଼ାରେ ଶିକ୍ଷା ଷ୍ଟାଣ୍ଡିଂ କମିଟି ଗଠିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବିଦ୍ୟାଳୟ ଗୁଡ଼ିକର ସୁପରିଚାଳନା ନିମନ୍ତେ ପାଇଲିପଡ଼ା ପଂଚାୟତରେ ଶିକ୍ଷା ଷ୍ଟାଣ୍ଡିଂ କମିଟି ଗଠିତ ହୋଇଛି I ପାଇଲିପଡ଼ା ସରପଞ୍ଚ ଜୟରାମ ନାୟକଙ୍କ ଅଧ୍ୟକ୍ଷତାରେ ପାଇଲିପଡ଼ା ପଂଚାୟତ ଗୃହ ଠାରେ ଅନୁଷ୍ଠିତ ବୈଠକରେ ଶିକ୍ଷା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ନିଜେ ସରପଞ୍ଚ ଶ୍ରୀ ନାୟକ ମନୋନୀତ ହୋଇଥିବା ବେଳେ ସଦସ୍ୟ ଭାବେ ଶିକ୍ଷାବିତ୍ ସନ୍ତୋଷ ସ୍ୱାଇଁ,ପ୍ରଧାନ ଶିକ୍ଷକ ଭାସ୍କର ଗୌଡ଼,ସୀମାଞ୍ଚଳ ପ୍ରଧାନ, ଗଣପତି ପ୍ରଧାନ, ପ୍ରସନ୍ନ କୁମାର ପ୍ରଧାନ,ବାଲକୃଷ୍ଣ ସାବତ ଏବଂ ପ୍ରାଧାନ ଶିକ୍ଷୟିତ୍ରୀ ବାସନ୍ତୀ ବିଷୋୟୀଙ୍କ ସମେତ ପଂଚାୟତରେ ଥିବା ସମସ୍ତ ଛଅଟି ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ,ବିଦ୍ୟାଳୟ ଥିବା ୱାର୍ଡ୍ ର ୱାର୍ଡ୍ ସଭ୍ୟ, ଅଙ୍ଗନୱାଡି କର୍ମୀ ତ୍ରିବେଣୀ ପ୍ରଧାନ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଦେଶୀ ବାଡତ୍ଯା ମନୋନୀତ ହୋଇଥିଲେ I ସିଆରସିସି ଶ୍ରୀ ବାଡ଼ତ୍ୟା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶିବରାମ ରାଉତ ଧନ୍ୟବାଦ ଜ୍ଞାପନ କରିଥିଲେ I


