କୋଣାର୍କ ରେ ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନ ପକ୍ଷରୁ ଓଡ଼ିଆ ନବ ବର୍ଷ ପାଳିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନ ଆନୁକୂଲ୍ୟରେ ଅର୍କଶ୍ରୀ ଶିଳ୍ପୀ ବାଟିକା ପରିସରରେ ଓଡ଼ିଆ ନବ ବର୍ଷ ମହାବିଷୁବ ପଣା ସଂକ୍ରାନ୍ତି ସମାରୋହ ଅବସରରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏହି କଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଦେବାଶିଷ ଜ୍ୟେଷ୍ଠି ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥଲେ । ମୁଖ୍ୟ ବକ୍ତା ପୁନେଷ ସେନାପତି ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋକପାତ କରିଥିଲେ । ସଂମ୍ନାନିତ ଅତିଥି ମଧ୍ୟରେ ପରିବେଶବିତ ଉମେଶ ସ୍ୱାଇଁ , ଗବେଷକ ସଞ୍ଜୟ କୁମାର ବରାଳ, ଶିକ୍ଷାବିତ୍ କ୍ଷୀରୋଦ ରାୟ ମହାପାତ୍ର , ପ୍ରକାଶ ଚନ୍ଦ୍ର ଖଟୋଇ , ରବୀନ୍ଦ୍ର ନାଥ ବାହୀନିପତି, ସମାଜ ସେବୀ ରାମକୃଷ୍ଣ ମହାନ୍ତି ଅଭିଭାଷଣ ଆଲୋକପାତ କରିଥିଲେ । ଶିକ୍ଷାବିତ ପ୍ରତାପ କୁମାର ରାଉତ ଏହି କାର୍ଯ୍ୟକ୍ରମରେ ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରୁଥିବାର ଦେଖିବକୁ ମିଳିଥିଲା। ସଂସ୍କୃତି ପ୍ରେମୀ ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନର ସମ୍ପାଦକ ବିରଞ୍ଚି ନାରାୟଣ ରଥ ଓ ସଭାପତି ଲିଙ୍ଗରାଜ ମିଶ୍ର, ସେବା ସଂଗଠନର ପ୍ରଦୀପ୍ତ କୁମାର ପ୍ରଧାନ ଓ କୋଣାର୍କ ପରିବାର ର ହାପି ପାତ୍ର ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଶୋଭନୀୟ ଶିକ୍ଷାଶ୍ରମ ର ଶିକ୍ଷୟତ୍ରୀ ମନୋରମା ମିଶ୍ର , ଗୀତା ସାହୁ ଙ୍କ ନେତୃତ୍ୱରେ ଶୋଭନୀୟ ଶିକ୍ଷାଶ୍ରମର ଶିଶୁ ଛାତ୍ର ମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ।


