ବନ୍ୟାରେ ଭାଙ୍ଗିଥିଲା ଘର, କିନ୍ତୁ ମିଳିଲାନି କ୍ଷତି ପୁରଣ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଗତ ଅଗଷ୍ଟ ପ୍ରଥମ ସପ୍ତାହରେ ହୋଇଥିବା ବନ୍ୟାରେ ହାଟଡିହି ବ୍ଲକ ସମଣା ଗ୍ରାମଟି କ୍ଷତିଗ୍ରସ୍ଥ ହୋଇଥିଲା । ନଦୀବନ୍ଧ ଭାଙ୍ଗି ବନ୍ୟାଜଳ ଗାଁ ଭିତରେ ୪ଦିନ କାଳ ପାଣି ରହିବା ସହିତ ଅନେକ ଲୋକଙ୍କ ଘରେ ପାଣି ପସିଥିଲା । ଦୁଇଦିନ ପର୍ଯ୍ୟନ୍ତ ଗାଁଟି ପାଣି ଘେରରେ ରହିବା ସହ ଯୋଗାଯୋଗ ସମ୍ପୁର୍ଣ୍ଣ ବିଛିନ୍ନ ହୋଇ ପଡିଥିଲା । ଏହି ବନ୍ୟାରେ ଗ୍ରାମର ରମେଶ କାଣ୍ଡିଙ୍କ ଘରେ ପାଣିପସି କାନ୍ଥ ଭାଙ୍ଗି ପଡିଥିଲା । ବନ୍ୟା ପରେ ପରେ ସମଣା ରାଜସ୍ୱ ନିରୀକ୍ଷକ ଗାଁକୁ ଯାଇ ଫଟୋ ଉଠାଇ ତାଲିକା କରି ନେଇ ଆସିଲେ । କିନ୍ତୁ ଆଜିଯାଏ କିଛି ବି କ୍ଷତି ପୁରଣ ପାଇଲେନି । ଏକ ଭଙ୍ଗା ଘରେ ୮ପରାଣି କୁଟୁମ୍ବକୁ ନେଇ ବାସ କରୁଛନ୍ତି ରମେଶ । ଗତ ବନ୍ୟା ରେ ଘରର ଗୋଟିଏ ପଟ କାନ୍ଥ ପଡିଥିବାବେଳେ ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଗତକାଲି ରାତିରେ ଆଉ ଗୋଟିଏ ପଟ କାନ୍ଥ ପଡି ଯାଇଛି । ଉକ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ରମେଶ ନିବେଦନ କରିଛନ୍ତି ।