ଜଙ୍ଗଲ ରୁ ଗଳିତ ଶବ ଉଦ୍ଧାର

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଅଖା ବସ୍ତାରେ ବନ୍ଧା ଅବସ୍ଥାରେ ଜଙ୍ଗଲରେ ପଡ଼ିଥିବା ଏକ ଗଳିତ ଶଵ ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଗତକାଲି କରଞ୍ଜିଆ ବ୍ଲକ ପାଟବିଲ ପଞ୍ଚାୟତ ବିଶିପୁର ଗାଁ ନିକଟରେ ଥିବା ଭାଲୁହୁଡି ଜଙ୍ଗଲରେ କିଛି ଲୋକ ଏକ ଅଖା ବସ୍ତାରେ ଭର୍ତ୍ତି ହୋଇ ଦୁର୍ଗନ୍ଧ ହେଉଥିବା କିଛି ଜିନିଷ ଦେଖି କରଞ୍ଜିଆ ଥାନାକୁ ଖବର ଦେଇଥିଲେ।ଖବର ପାଇ କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ସୁଚନ୍ଦ୍ର ମହାଳିକଙ୍କ ନିର୍ଦ୍ଦେଶରେ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ବସ୍ତା ମଧ୍ୟରୁ ଏକ ସଢ଼ି ଯାଇଥିବା ସ୍ତ୍ରୀ ଲୋକର ଗଳିତ ଶଵ ଉଦ୍ଧାର କରିଥିଲେ। ତେବେ ଗତକାଲି ପାଟବିଲ ପଞ୍ଚାୟତ ବିଶିପୁର ଗାଁର ନିରୁପମା ମହାନ୍ତ(୨୭)ପିତା ଗୈାରହରି ମହାନ୍ତ ସ୍ୱାମୀ ମଧୁ ମହାନ୍ତ ଗତ ଶନିବାର ଦିନରୁ କେରକେରା ବାପାଙ୍କ ଘରୁ ଯାଇ ଫେରି ନଥିବା ଏବଂ ନିଖୋଜ ଥିବା ପିତା ଗୈାରହରିଙ୍କ ଦ୍ୱାରା କରଞ୍ଜିଆ ଥାନାରେ ଏତଲା ଦିଆଯାଇଥିଲା। ଘଟଣା ଏହିକି ଯେ କରଞ୍ଜିଆ ବ୍ଲକ କେରକେରା ଗାଁର ନିରୁପମା ମହାନ୍ତ ପାଟବିଲ ପଞ୍ଚାୟତର ବିଶିପୁର ଗାଁର ମଧୁ ମହାନ୍ତଙ୍କୁ ପ୍ରାୟ ୧୦ ବର୍ଷ ପୁର୍ବରୁ ବିବାହ କରିଥିଲେ। ତାଙ୍କର କୈାଣସି ପିଲା ପିଲି ନଥିଲେ।ପରେ ମଧୁ ଆଉ ଜଣଙ୍କୁ ବିବାହ କରିଥିଲେ। ଏହି ଖବର ପାଇବା ପରେ ନିରୁପମା ପ୍ରାୟ ବର୍ଷେ ପୁର୍ବରୁ କେରକେରା ତାଙ୍କ ନିଜ ଘରକୁ ଚାଲିଆସିଥିଲେ।ସେ ପ୍ରତ୍ୟେକ ମାସ ସେଠାକୁ ସରକାରୀ ଚାଉଳ ଆଣିବା ପାଇଁ ଯାଆନ୍ତି।ସେ ଗତ ଶନିବାର ଦିନ ମଧ୍ୟ ସେଠାକୁ ଚାଉଳ ଆଣିବା ପାଇଁ ଯାଇଥିଲେ ଏବଂ ଆଉ ଘରକୁ ଫେରି ନଥିଲେ। ଗତକାଲି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ତେବେ ବାରିପଦାରୁ ଫରେନସିକ ଟିମ ଆସି ତଦନ୍ତ କରିବା ପରେ ମୃତ ଦେହ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ପୋଲିସ ଏକ ହତ୍ୟା ମାମଲା ନମ୍ବର ୨୮୩/୨୩ ରୁଜୁ କରି ସ୍ୱାମୀ ମଧୁ ଓ ଶ୍ୱଶୁର ପରେଶ ମହାନ୍ତକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ