ରୂପାନ୍ତିକରଣରୁ ବାଦ ପଡିଲା ନରସିଂହପୁର ମାଧବ ମନ୍ଦିର
ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ର ୬୦୮ ପ୍ରକଳ୍ପ ପାଇଁ ସରକାର ୨୬ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ସହାୟତା ଯୋଜନା ଅନୁଦାନ ରେ ବିଭିନ୍ନ ମଠ, ମନ୍ଦିର, ମସଜିଦ,ଗିର୍ଜା,କୋଠ ଘର ର ରୂପାନ୍ତରିତ କାର୍ଯ୍ୟ କରାଯିବ। ଗୋପ ବ୍ଲକର ବିଭିନ୍ନ ମଠ ଓ ମନ୍ଦିର ର ରୂପାନ୍ତିକରଣ ତଥା ଉନ୍ନତିକରଣ ପାଇଁ ଏହି ଯୋଜନା ରେ ବ୍ୟୟ ବରାଦ ମଞ୍ଜୁର ହୋଇଥିବାବେଳେ ରୂପାନ୍ତିକରଣ ଯୋଜନାରୁ ବାଦ ପଡିଛି ନୟାହାଟ ନରସିଂହପୁର ଗ୍ରାମ ର ପୁରାତନ ମାଧବାନନ୍ଦ ମନ୍ଦିର। ଏହି ମନ୍ଦିର ଟି ଗଙ୍ଗବଂଶ ସମୟ ଅର୍ଥାତ ୧୨/୧୩ ଶ ଶତାବ୍ଦୀ ର କୀର୍ତ୍ତି ବୋଲି ପ୍ରାଚୀ ଗବେଷକ ଡଃ.ସନ୍ତୋଷ ମିତ୍ର ସୂଚନା ଦେଇଥିବା ବେଳେ ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ଦ୍ୱାଦଶ ମାଧବ ମଧ୍ୟରୁ ଏହି ମାଧବ ମୂର୍ତ୍ତି ସର୍ବାଧିକ ଉଚ୍ଚତା (୭ ଫୁଟ), ସର୍ବଶ୍ରେଷ୍ଠ, ଅନନ୍ୟ ମୂର୍ତ୍ତି ବୋଲି ଐତିହାସିକ ଏସ ଏସ ତ୍ରିପାଠୀ ତାଙ୍କ ଗବେଷଣାତ୍ମକ ଗ୍ରନ୍ଥ ରେ ପ୍ରକାଶ କରିଛନ୍ତି। ଏହି ପୁରାତନ ମନ୍ଦିର ଟି ମରାମତି ଅଭାବ ରୁ ଦୁର୍ବଳ ହେବାରେ ଲାଗିଛି। ବର୍ଷା ଋତୁ ରେ ମନ୍ଦିର ଗର୍ଭଗୃହ କୁ ଓଦା କରି ଦେଉଥିବା କହିଛନ୍ତି ମନ୍ଦିର ପୂଜକ କୈଳାସ ପାଢ଼ୀ। ତୁରନ୍ତ ସରକାର ଏହି ମନ୍ଦିର କୁ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ସହାୟତା ଯୋଜନା ରେ ଅନ୍ତର୍ଭୁକ୍ତ କରି ଏହାର ରୁପାନ୍ତିକରଣ କାର୍ଯ୍ୟ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଏ ସମ୍ପର୍କ ରେ ସ୍ଥାନୀୟ ଧୁମାଳୋ ପଞ୍ଚାୟତ ର ସରପଞ୍ଚ ମୋନାଲିସା ସିଂ ଙ୍କୁ ପଚାରିବାରେ ଏହି ଯୋଜନା ରେ ସାମିଲ କରିବାକୁ ସରକାର ଙ୍କୁ ଏହି ମନ୍ଦିର ର ନାମ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ରେ ଏହି ମନ୍ଦିର କୁ ରୁପାନ୍ତିକରଣ ଯୋଜନା ରେ ସରକାର ନିଶ୍ଚିତ ଅନୁଦାନ ପ୍ରଦାନ କରିବେ ବୋଲି କହିଥିଲେ।


