ଧର୍ମଗଡ଼ ପର୍ଶୁରାମ ସେନା ଦ୍ୱାରା ଧର୍ମଗଡ଼ ଉପଖଣ୍ଡିୟ ବ୍ରାହ୍ମଣ ସମାଜ ର ନୂଆଖାଇ ଭେଟଘାଟ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପର୍ଶୁରାମ ସେନା ଆୟୋଜନରେ ସ୍ଥାନୀୟ ହୋଟେଲ ରୟାଲ ପେଲେସ ଠାରେ ବ୍ରାହ୍ମଣ ସମାଜର ନୂଆଖାଇ ଭେଟ ଘାଟ ପାଳିତ ହୋଇଯାଇଛି। ଧର୍ମଗଡ଼ ଉପଖଣ୍ଡିୟ ବ୍ରାହ୍ମଣ ସମାଜ ର ସଭାପତି ଦନାର୍ଦନପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ସମ୍ମାନୀୟ ଅତିଥି ଭାବରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ଉପ ସଭାପତି ବିନୋଦ ଶର୍ମା ,ସୁନୀତି ମୁଣ୍ଡ, ବରିଷ୍ଠ ଆଇଜୀବୀ ତୁଷାର ରଞ୍ଜନ ପଟଯୋଶୀ, ଧର୍ମଗଡ ଉପଖଣ୍ଡ ବ୍ରାହ୍ମଣ ସମାଜ ସମ୍ପାଦକ ହେମନ୍ତ ପଣ୍ଡା , ବିସିସି ବ୍ୟାଙ୍କ୍ ସଭାପତି ଗିରିଶ ବେହେରା ପ୍ରମୁଖ ଯୋଗଦାନ କରିଥିଲେ ।ସ୍ଥାନୀୟ ବ୍ରାହ୍ମଣ ପରିବାର ତଥା ନବରଙ୍ଗପୁର, ପଡୋଶୀ ଛତିଶଗଡ ରାଜ୍ୟ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ୍ ପ୍ରତିନିଧି ସମେତ ଅଂଶଗ୍ରହଣ କରି ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଏହି ଅବସରରେ ପର୍ଶୁରାମ ସେନା ଓ ପ୍ରଜ୍ଞା ବାହିନୀ ତରଫରୁ ରକ୍ତ ଦାନ ଶିବିର ଆୟୋଜନ କରି ରକ୍ତ ସଂଗ୍ରହ କରାଯାଇ ଧର୍ମଗଡ ଉପଖଣ୍ଡ ରକ୍ତ ଭଣ୍ଡାର କୁ ପ୍ରଦାନ କରାଯାଇଥିଲା। ଜିଲ୍ଲା ଯୋଜନା କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।ସଂଜୀବ ମୁଣ୍ଡ ଓ ଜୟନ୍ତ ମୁଣ୍ଡ ମଞ୍ଚ ସଞ୍ଚାଳନ କରିଥିଲେ। ଧର୍ମଗଡ ଏନ ଏ ସି ଉପାଧ୍ୟକ୍ଷା ମୋନିଶା ମିଶ୍ର ରକ୍ତ ଦାନ ଶିବିର କୁ ଉଦଘାଟନ କରିଥିବାବେଳେ ପ୍ରଜ୍ଞା ବାହିନୀର ଉପଖଣ୍ଡ ସଂଯୋଜୀକା ପ୍ରିୟମ୍ବଦା ଚାନ୍ଦ ଓ ପ୍ରଭାସିନୀ ଠାକୁର,ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡଙ୍ଗୀ ସମେତ ମହିଳା ମାନେ ଅଂଶ ଗ୍ରହଣ କରିଥିଲେ। ପର୍ଶୁରାମ ସେନା ମୁଖ୍ୟ ସଂଯୋଜକ ବିଶ୍ଵ ରଞ୍ଜନ ପାତ୍ର ଙ୍କ ସମେତ,ସଂଜୀବ ମିଶ୍ର, ମନୀନ୍ଦ୍ର ଭୂଷଣ ପାତ୍ର, ମନୀନ୍ଦ୍ର ଭୂଷଣ ପାତ୍ର, ଶାଶ୍ୱତ ପାତ୍ର, ଶାଶ୍ୱତ ପଣ୍ଡା,ଦୀପକ ପଣ୍ଡା,ବ୍ରଜେଶ ପଣ୍ଡା,ମାନସ ଆଚାର୍ଯ୍ୟ, ଶାନ୍ତନୁ କୁମାର ମୁଣ୍ଡ ତଥା ପର୍ଶୁରାମ ସେନାର ସମସ୍ତ ସଦସ୍ୟ ସମସ୍ତ କାର୍ଯ୍ୟ ପରିଚାଳନା ଓ ସହଯୋଗ କରିଥିଲେ ।ପର୍ଶୁ ରାମ ବାହିନୀ ର ଅକ୍ଲାନ୍ତ ପରିଶ୍ରମ ରେ ବ୍ରାହ୍ମଣ ମାନଙ୍କ ଏଭଳି କାର୍ଯ୍ୟକ୍ରମ ହୋଇଥିବାରୁ ବ୍ରାହ୍ମଣ ସମାଜ ର ବିଭିନ୍ନ ସ୍ତରରେ ପ୍ରଶଂସା କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ