ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନାଉଗାଁ ବ୍ଳକର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୧୬ଟି ଆବେଦନପତ୍ର ପଂଜିକୃତ ହୋଇଥିବା ବେଳେ ବିଭିନ୍ନ ବିଭାଗର ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯାଇ ୧୧୨ଜଣଙ୍କୁୁ ପ୍ରମାଣପତ୍ର ପ୍ରଦାନ କରାଯିବା ପାଇଁ ଚିହ୍ନଟ କରାଯାଇଛି । ଅନ୍ୟ ୦୪ଜଣଙ୍କୁ ପ୍ରତ୍ୟାଖ୍ୟାନ/ରେଫର କରାଯାଇଥିବା ଜଣାଯାଇଛି । ସେଥିମଧ୍ୟରୁ ଅସ୍ଥିଶଲ୍ୟରେ ୬୦ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଚକ୍ଷୁ ବିଭାଗରେ ୧୫ଜଣଙ୍କୁ, ମାନସିକ ଅନଗ୍ରସରରେ ୩୬ଜଣଙ୍କୁ ଓ ବାକ୍‌,ଶ୍ରବଣ ଓ ଶକ୍ତିବାଧିତରେ ୦୧ ଜଣଙ୍କୁ ଚିହ୍ନଟ କରାଯାଇଛି । ଏହି ଶିବିରକୁ ସରକାରୀ ଦଳର ମୁଖ୍ୟ ସଚେତକ ତଥା ବିଧାୟକ ପ୍ରଶାନ୍ତ କୁମାର ମୁଦୁୁଲି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା,ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ବିଡିଓ ତପନ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ଜ୍ୟୋତିମୟୀ ଧିର ଶିବିରକୁ ପରିଚାଳନା କରୁଥିବା ବେଳେ ବିଭାଗର ବ୍ୟକ୍ତିଗତ ସହାୟକ ପ୍ରଶନ୍ନଜିତ ନାୟକଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ, ସମସ୍ତ ବ୍ଲକ କର୍ମଚାରୀ ଓ ଅଙ୍ଗନୱାଡି କର୍ମୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ