ଅଣା କେନାଲ ଛକ ନିକଟରେ ବାଇକ ଧକ୍କାରେ ୨ସ୍କୁଟି ଆରୋହୀ ଗୁରୁତର
ହାଟଡିହି, (ବିକାଶ ବିଶ୍ୱାଳ):ଅଣା କେନାଲ ଛକ ନିକଟରେ ବାଇକ ଧକ୍କାରେ ୨ସ୍କୁଟି ଆରୋହୀ ଗୁରୁତର ହୋଇଛନ୍ତି। ସୁଚ଼ନାରୁ ଜଣାଯାଇଛି ଯେ ଆଜି ସକାଳ ବାରିଗାଁ ଗ୍ରାମର ୨ଜଣ ବ୍ୟକ୍ତି ଏକ ସ୍କୁଟିରେ ବସନ୍ତିଆ ଆଡ଼କୁ ଯାଉଥିବା ବେଳେ ଅଣା କେନାଲ ଛକ ନିକଟରେ ସମୁଖରୁ ଦ୍ରୁତଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଫଳରେ ସ୍କୁଟିଆରୋହୀ ଦୁଇଜଣ ଗୁରୁତର ହୋଇ ରାସ୍ତାରେ ପଡ଼ିଥିବାବେଳେ ସ୍ତାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ହାଟଡିହି ଡାକ୍ତରଖାନା ପଠାଇଛନ୍ତି ।