ନବ ନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦିଆଗଲା ସମ୍ବର୍ଦ୍ଧନା
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଧାମନଗର ବ୍ଲକ ପାଳସାହି ପଞ୍ଚାୟତ ଅଧୀନସ୍ଥ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ସାହୁସାହି ଠାରେ ନବ ନିଯୁକ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ସରିତା ସାହୁ, ଶିକ୍ଷକ ମନ୍ମଥ ଦାସ ଓ ସମର କୁମାର ଜେନାଙ୍କୁ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବାବାମଣି ସ୍ନାତକ ମହା ବିଦ୍ୟାଳୟର ଅଧ୍ଯାପକ ନିକୁଞ୍ଜ କିଶୋର ଜେନା, ସିଆରସିସି ବ୍ରଜ କିଶୋର ସିଅଳ, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ବେହେରା, ଶିକ୍ଷା ପରିଚାଳନା କମିଟି ସଭାପତି ସୁକାନ୍ତ ସାହୁ ଅତିଥି ଭାବରେ ଯୋଗଦେଇ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଏକ ପୁରାତନ ଶିକ୍ଷାନୁଷ୍ଠାନ । ଏଠାରେ ଦୀର୍ଘବର୍ଷ ହେବ ଶିକ୍ଷକ ଅଭାବ ସମସ୍ୟା ରହିଥିଲା । ଏବେ ଶିକ୍ଷକ ଅଭାବ ସମସ୍ୟା ଦୂର ହୋଇଛି ଓ ନବ ନିଯୁକ୍ତ ଶିକ୍ଷୟିତ୍ରୀ ଶିକ୍ଷକ ପୁନଃ ନିଯୁକ୍ତି ହୋଇଛନ୍ତି । ସେମାନେ ବିଦ୍ୟାଳୟର ଗୌରବ ବୃଦ୍ଧି କରିବା ସହ ଏହି ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବାକୁ ଚେଷ୍ଟା କରିବେ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ । ଶିକ୍ଷା ପରିଚାଳନା କମିଟି ସଭ୍ୟା ସନ୍ଧ୍ୟାରାଣୀ ସାହୁ, ସଭ୍ୟ ମନୋଜ ସାହୁ, ପ୍ରଶାନ୍ତ ସାହୁ, କୈଳାସ ଚନ୍ଦ୍ର ମଲିକ, ପଦ୍ମ ଲୋଚନ ବାରିକ, ଗୌରାଙ୍ଗ ସାହୁ, ରବୀନ୍ଦ୍ର କୁମାର ସାହୁ, ମନ୍ମଥ ସେଠୀ, ଗୋବିନ୍ଦ ସ୍ବାଇଁ, ସାହୁସାହି ନୋଡାଲ ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ବପ୍ନାରାଣୀ ନାୟକ, ଶିକ୍ଷକ ରମଣୀ ରଞ୍ଜନ ବାରିକ, ସୁନାରାମ ସୋରେନ, ଚିତ୍ରଭାନୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ନୂତନ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ନବ ନିଯୁକ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉକ୍ତ ବିଦ୍ୟାଳୟରେ ଉତ୍ତମ ଶିକ୍ଷା ପ୍ରଦାନ କରିବା ସହ ବିଦ୍ୟାଳୟର ଗୌରନ ବଢାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।