ଆଇନଜୀବୀଙ୍କ ନିଆରା ସଡକ ସୁରକ୍ଷା ସଚେତନତା : ନବଦମ୍ପତିଙ୍କୁ ହେଲମେଟ୍ ଉପହାର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ରାଜ୍ୟରେ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ହେଲମେଟ୍ ପିନ୍ଧି ବାଇକ ଚଳାଇବା ଉପରେ ଗୁରୁତ୍ୱା-ରୋପ କରାଯାଇଛି । ଏପରିକି ବିଭିନ୍ନ ସମୟରେ ସଡକ ସୁରକ୍ଷା ଉପରେ ସଚେତନତା ମଧ୍ୟ କରାଯାଉଛି । କିନ୍ତୁ ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟରତ ଆଇନଜୀବୀ ସୁରେନ୍ଦ୍ର ଚନ୍ଦ୍ର ଦାସଙ୍କ ଦ୍ୱାରା ଏକ ନିଆରା ଢଙ୍ଗରେ ସଡକ ସୁରକ୍ଷା ଉପରେ ସଚେତନତା କରାଯାଉଛି । ଆଇନଜୀବୀ ଶ୍ରୀ ଦାସ ନାଉଗାଁ ବ୍ଲକ ବାଂଶ ପଂଚାୟତସ୍ଥିତ ଚାନ୍ଦପୁରା ରେ ଏକ ବିବାହ ଭୋଜିରେ ଯୋଗ ଦେଇ ନବଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ସହ ଉପହାର ସ୍ୱରୂପ ହେଲମେଟ୍ ପ୍ରଦାନ କରିଛନ୍ତି । ଆଇନଜୀବୀ ଶ୍ରୀ ଦାସଙ୍କର ଏଭଳି ସଚେତନତା ଭିତିକ ଉପହାର ପାଇଁ ସେଠାରେ ଉପସ୍ଥିତ ଥିବା ଭ୍ରମରବର ବେହୁରା, ସୁରତି ବେହୁରା, ପ୍ରାଧ୍ୟାପକ ବିନୋଦ ବିହାରୀ ବେହୁରା, ପ୍ରତିମା ସ୍ୱାଇଁ, ନିରୋଦ ବେହୁରା, ପ୍ରଶାନ୍ତ ସ୍ୱାଇଁ, ବିନୋଦ ସେଠୀଙ୍କ ସମେତ ଅନ୍ୟମାନେ ପ୍ରଶଂସା କରିଥିଲେ । ସେହିପରି ଆଇନଜୀବୀ ଶ୍ରୀ ଦାସଙ୍କର ଏଭଳି ସଚେତନତା ଉପରେ ଅନୁପ୍ରାଣୀତ ହୋଇ ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରଭୁଚରଣ ଦାସ ମଧ୍ୟ ନବଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଉପହାର ଭାବେ ହେଲମେଟ୍ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଶ୍ରୀ ଦାସ ବିଭିନ୍ନ ସମୟରେ ଏବଂ ଜିଲ୍ଲାର ବିଭିନ୍ନ ରାସ୍ତାରେ ହେଲମେଟ୍ ପିନ୍ଧିଥିବା ବାଇକି ଆରୋହୀ ଓ ସିଟ୍ ବେଲଟ୍ ବାନ୍ଧିଥିବା ଚାରି ଚକିଆ ଚାଳକ ଓ ଯାତ୍ରୀମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ