‘କଳାକଳ୍ପିତ ନାଟ୍ୟ ସଂସ୍ଥା’ପକ୍ଷରୁ ମାନସ ମନ୍ଥନ’ ମଞ୍ଚସ୍ଥ

ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ଶ୍ରୀରାମ ନବମୀ ଅବସରରେ ବାଲେଶ୍ୱର ସହରର ପାତ୍ରପଡ଼ା ବାସନ୍ତୀ ପୂଜା କମିଟି ଆନୁକୂଲ୍ୟରେ ‘କଳାକଳ୍ପିତ ନାଟ୍ୟ ସଂସ୍ଥା’ର ବାର୍ଷିକ ନାଟକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୁବର୍ଣ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମକୁ ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ଉଦଘାଟନ କରିବା ସହିତ ସମାଜର ବାସ୍ତବତା ପ୍ରତିଫଳିତ ହେଉଥିବା ମଂଚ ନାଟ୍ୟକଳାକୁ ଉଜ୍ଜୀବିତ ରଖିବାରେ କଳାକଳ୍ପିତ ନାଟ୍ୟ ସଂସ୍ଥାର ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲେଶ୍ୱର ସହରର ସୁନହଟ ତଥା ପାତ୍ରପଡ଼ା ଅଂଚଳ ମଂଚ ନାଟ୍ୟକଳାର ଉତ୍କୃଷ୍ଟ କ୍ଷେତ୍ର ବୋଲି କହିଥିଲେ । ଅତୀତରେ ବହୁ ବିଶିଷ୍ଟ କଳାକାର, ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ଏଇଠାରୁ ନିଜର ଜୟଯାତ୍ରା ଆରମ୍ଭ ସହ ସଫଳତାର ଶୀର୍ଷକୁ ଛୁଇଁପାରିଥିବା ସେ ମତ ଦେଇଥିଲେ । ଶିଳ୍ପୋଦ୍ୟୋଗୀ ସଂଗ୍ରାମ ଦାସ, ଶିକ୍ଷାବିତ ପଙ୍କଜ କୁମାର ଜେନା ଓ ସମାଜସେବୀ ସାହିରୁଲ ହକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର଼ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ଡାକ୍ତର ଶାନ୍ତନୁ ଦାସ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ରାଜେନ୍ଦ୍ର ରାଉତ ବିବରଣୀ ଉପସ୍ଥାପନ କରିଥିଲେ । ଉପଦେଷ୍ଟା ନଳିନୀ ରଂଜନ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହ ଅବସରରେ ବିଜୟ ମହାକୁଡ଼ଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ନାଟକ ‘ମାନସ ମନ୍ଥନ’ମଂଚସ୍ଥ ହୋଇଥିଲା । ସୁନହଟ ପାତ୍ରପଡ଼ା ସମେତ ବାଲେଶ୍ୱର ସହରର ଅନୁଭବୀ କଳାକାରଙ୍କ ଦ୍ୱାରା ଅଭିନୀତ ଏହି ନାଟକକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ