କୁସୁମି ବ୍ଲକର ଯୋରଦା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୁରଭଞ୍ଜ ଜିଲ୍ଲାର କୁସୁମି ବ୍ଲକର ଯୋରଦା ଗ୍ରାମପଞ୍ଚାୟତର ସରପଞ୍ଚ ଆସନ ପାଇଁ ପ୍ରାର୍ଥୀ ମାନଙ୍କର ଜୋରଦାର ପ୍ରଚାର ପ୍ରସାର ଚଳାଇଥିବା ବେଳେ ଯୁ ସିଭିଲ ଇଂ ଚିତ୍ତରଞ୍ଜନ ମାଝୀ ନିଜ ସମର୍ଥକମାନଙ୍କୁ ନେଇ ଗାଁ ଗାଁ ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଜଣେ ଯୁବ ସମାଜସେବୀ, ସୁସଂସଗଠକ ଧର୍ମପରାୟଣ, ସମାଜ ସଂସ୍କାରକ, ଚାକିରୀ ପଛରେ ନ ଗୋଡ଼ାଇ ସମାଜ ସେବା କ୍ଷେତ୍ରରେ ପାଦ ଆଗକୁ ବଢାଇଛନ୍ତି । ସେ ନିଜେ ଜଣେ ଆଦିବାସୀ ଯୁବକ । ଆଦିବାସୀ ମାନଙ୍କର ଦୁଃଖ ସେ ନିଜେ ଲିଭାଇବା ସହ ଅଙ୍ଗେ ଦେଖିଛନ୍ତି । ତେଣୁ ଶିକ୍ଷାକୁ ଗୁରୁତ୍ୱ ଦେଇ ନିଜେ ଉଚ୍ଚ ଶିକ୍ଷିତ ହୋଇ ଏକ ଦୁର୍ନିତୀ ମୁକ୍ତ ସମାଜ, ଅନ୍ଧ ବିଶ୍ବାସ ବିରୋଧରେ ଲଢେ଼ଇ, ନାରୀ ଶୀକ୍ଷା,ଅଂଚଳର ବିକାଶ ଏବଂ ପଛୁଆ ଯୋରଦା ପଞ୍ଚାୟତର ସାମଗ୍ରିକ ବିକାଶ ଓ ଦୁର୍ନୀତି ମୁକ୍ତ ପଞ୍ଚାୟତ ଗଠନ ନେଇ ସେ ଲଢେଇ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ପଞ୍ଚାୟତ ବାସୀ ତାଙ୍କୁ ପୁର୍ଣ ସମର୍ଥନ ମିଳୁଛି । ଭୋଟର ମାନଙ୍କୁ ସିଧାସଳଖ ଗାଁ ର ସମସ୍ୟା ତଥା ରାସ୍ତା ଘାଟ, ପାନୀୟ ଜଳ, ଭତ୍ତା ଓ ଯୁବକ ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବାରେ ଚେଷ୍ଟା କରିବି ବୋଲି ବୁଝାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ