ଗ୍ଲୋବାଲ୍ ଇଣ୍ଡିଆ ୨୦୨୦ ସିଜନ ୩ ଜାତୀୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା ଫାଇନାଲ୍ ରାଉଣ୍ଡରେ ରାମେଶ୍ୱରୀ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ମୁମ୍ବାଇ ଗ୍ଲୋବାଲ୍ ଇଣ୍ଡିଆ ୨୦୨୦ ତରଫରୁ ହୋଇଥିବା ମିସେସ୍ ଗ୍ଲୋବାଲ୍ ଇଣ୍ଡିଆ ୨୦୨୦ ସିଜନ ୩ ଜାତୀୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଶାର ବ୍ରହ୍ମପୁରର ରାମେଶ୍ୱରୀ ନନ୍ଦ ଫାଇନାଲିଷ୍ଟ ଭାବେ ଓଡ଼ିଶାରୁ ସେ କେବଳ ଜଣେ ହିଁ ମନୋନୀତ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ନିଜର ପ୍ରତିଭା ଓ ଦକ୍ଷତାର ପ୍ରମାଣ ପ୍ରତିପାଦନ କରି ରାମେଶ୍ୱରୀ ଫାଇନାଲ୍ ରାଉଣ୍ଡରେ ପହଞ୍ଚିଛନ୍ତି । ସୁନ୍ଦର ଚେହେରା ସାଙ୍ଗକୁ ବେଶଭୂଷା ଓ ନିଜର ବୁଦ୍ଧିମତୀର ନିଆରା ଶୈଳୀ ଦୃଷ୍ଟିରୁ ସେ ବେଶ୍ ପ୍ରଶଂସାର ପାତ୍ର ହୋଇଛନ୍ତି । ପ୍ରତିଯୋଗିତାର ବିଚାରକମାନେ ରାମେଶ୍ୱରୀଙ୍କ ନିଆରା ଷ୍ଟାଇଲ୍‌ର ଖୁବ୍ ପ୍ରଶଂସା କରିଛନ୍ତି । ଫାଇନାଲ୍ ରାଉଣ୍ଡ ଡ଼ିସେମ୍ବରରେ ଅନୁଷ୍ଠିତ ହେବ । ସେ ବ୍ରହ୍ମପୁର ସ୍ଥିତ ଏମ୍‌ଏଭି ସ୍କୁଲରେ ଶିକ୍ଷୟିତ୍ରୀ ଏବଂ ଜଳାଞ୍ଜଳି ଅନୁଷ୍ଠାନର ସଂପାଦିକା ଅଟନ୍ତି । ପୂର୍ବରୁ ସେ ରଜ କୁଇନ୍ ୨୦୧୯, ସ୍ୱୟଂସିଦ୍ଧା, ଶ୍ରେଷ୍ଠ ଶିକ୍ଷୟିତ୍ରୀ, ୟଙ୍ଗ ଆଚଭିର ଆୱାର୍ଡ଼ ସହ ବିଭିନ୍ନ ସମ୍ମାନରେ ସମ୍ମାତିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ